ଓଡ଼ଗାଁକୁ ବିଦ୍ୟୁତ୍ ଯୋଗାଣ ବିଚ୍ଛିନ୍ନ:ରଥଯାତ୍ରାର ସିଧା ପ୍ରସାରଣ ଦର୍ଶନରୁ ବଞ୍ଚିତ ହେଲେ ଶ୍ରଦ୍ଧାଳୁ

0

ଓଡ଼ଗାଁ, ୧୬।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ସହିତ ଶରଣକୁଳ ଅଞ୍ଚଳରେ ବିଦ୍ୟୁତ୍ ଯୋଗାଣ ବିଚ୍ଛିନ୍ନ ହେବା ଯୋଗୁଁ ଲକ୍ଷାଧିକ ଶ୍ରଦ୍ଧାଳୁ ପୁରୀ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରାର ସିଧା ପ୍ରସାରଣ ଦର୍ଶନରୁ ବଞ୍ଚିତ ହୋଇଛନ୍ତି।
ସୂଚନାନୁସାରେ, ନୟାଗଡ଼ ଗ୍ରିଡରୁ ଆସୁଥିବା ୩୩ କେଭି ବିଦ୍ୟୁତ୍ ଯୋଗାଣ ବ୍ୟାହତ ହେବା ଫଳରେ ଗୁରୁବାର ରଥଯାତ୍ରା ସମୟରେ ଓଡ଼ଗାଁ ଓ ଶରଣକୁଳ ଅଞ୍ଚଳରେ ବିଦ୍ୟୁତ୍ ସେବା ବନ୍ଦ ରହିଥିଲା। ଫଳରେ ଘରେ ଘରେ ଟେଲିଭିଜନ୍ ମାଧ୍ୟମରେ ରଥଯାତ୍ରାର ସିଧା ପ୍ରସାରଣ ଦେଖିବାକୁ ଅପେକ୍ଷା କରିଥିବା ଶ୍ରଦ୍ଧାଳୁମାନେ ନିରାଶ ହୋଇଥିଲେ। ବିଶେଷକରି ବୃଦ୍ଧ ଓ ଅସୁସ୍ଥ ବ୍ୟକ୍ତିମାନେ ଟେଲିଭିଜନ ମାଧ୍ୟମରେ ପୁରୀ ଶ୍ରୀମହାପ୍ରଭୁଙ୍କ ରଥଯାତ୍ରା ଦର୍ଶନରୁ ବଞ୍ଚିତ ବଞ୍ଚିତ ହୋଇ ବ୍ୟଥିତ ହୋଇଥିଲେ। ସେମାନଙ୍କ ଆଶା ନିରାଶାରେ ପରିଣତ ହୋଇଥିଲା।
ଏହି ଘଟଣାକୁ ନେଇ ଅଞ୍ଚଳର ବରିଷ୍ଠ ନାଗରିକମାନେ କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ, ପ୍ରଭୁ ଶ୍ରୀଜଗନ୍ନାଥ ବର୍ଷକୁ ଥରେ ରଥାରୂଢ଼ ହୋଇ ସମଗ୍ର ବିଶ୍ୱର ଭକ୍ତମାନଙ୍କୁ ଦର୍ଶନ ଦେଉଥିବା ବେଳେ ଏଭଳି ବିଦ୍ୟୁତ୍ ବିଭ୍ରାଟ ଦୁର୍ଭାଗ୍ୟଜନକ। ସୁସ୍ଥ ଥିଲେ ଏବଂ ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ ରହିଲେ ଯାଇ ଆସନ୍ତା ବର୍ଷ ରଥଯାତ୍ରାର ସିଧା ପ୍ରସାରଣ ଦେଖିବାର ସୁଯୋଗ ମିଳିବ।” ଅଞ୍ଚଳବାସୀ ରଥଯାତ୍ରା ପରି ଗୁରୁତ୍ୱପୂର୍ଣ୍ଣ ଅବସରରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବାକୁ ସମ୍ପୃକ୍ତ ବିଦ୍ୟୁତ୍ ବିଭାଗ ନିକଟରେ ଦାବି ଜଣାଇଛନ୍ତି।

Leave A Reply

Your email address will not be published.