ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ କୁଲାଡ ଶ୍ରୀଜଗନ୍ନାଥ ମନ୍ଦିର ପକ୍ଷରୁ ପବିତ୍ର ଗୁଣ୍ଡିଚା ବା ରଥଯାତ୍ରା ଗୁରୁବାର ଅତି ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି। ଏହି କୁଲାଡ ଶ୍ରୀଜଗନ୍ନାଥ ମନ୍ଦିର ଅବିକଳ ଦୁତୀୟ ଶ୍ରୀକ୍ଷେତ୍ର ରୁପେ ପରିଚିତ। ଏହି ଶ୍ରୀଜଗନ୍ନାଥ ମନ୍ଦିର ରେ ଭଞ୍ଜ ରାଜବଂଶ ପକ୍ଷରୁ ଶହ ଶହ ବର୍ଷ ଧରି ପାଳିତ ହୋଇ ଆସୁଥିବା ଏହି ଯାତ୍ରାକୁ ଏବେ ଦେବୋତ୍ତର ବିଭାଗ ପରିଚାଳନା କରୁଛି।
ଘୁମୁସର ଉପଖଣ୍ଡ ଦେବୋତ୍ତର ବିଭାଗ ଅଧୀନରେ ଥିବା ସମସ୍ତ ବିଭାଗ ର ଅଧ୍ୟକ୍ଷ ତଥା ସ୍ଥାନୀୟ ଉପଜିଲ୍ଲାପାଳ ଉମାଶଙ୍କର ବେହେରା ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ପାଳନ ହୋଇଛି ଐତିହାସିକ କୁଲାଡ ରଥଯାତ୍ରା। ଆଜିର ପ୍ରବଳ ବର୍ଷା ସତ୍ବେ ନିର୍ଦ୍ଧାରିତ ସମୟରେ ପୂଜାର୍ଚ୍ଚନା ଶେଷ ହୋଇଛି । ଯେପରିକି ରଥ ପ୍ରତିଷ୍ଠା ନିମନ୍ତେ ହୋମ କାକ ବଳି, ରଥବେଢା ପରିକ୍ରମା, ଶ୍ରୀଜିଉ ମାନଙ୍କ ପାଇଁ ଟାହିଆ କୁ ଭବ୍ୟ ସ୍ଵାଗତ ସମାରୋହ ଆଣିବା, ମନ୍ଦିରରେ ତିନି ଠାକୁରଙ୍କ ବେଶ ଶୁଗାଂର କରିବା ଓ ପରେ ପରେ ଗୋଟି ପହଣ୍ଡି ଅନୁଷ୍ଠିତ ହୋଇଥିଲା। ପରେ ଭଞ୍ଜ ରାଜବଂଶର ପ୍ରତିନିଧି ଭାବେ ପ୍ରଶାନ୍ତ କୁମାର ଭଞ୍ଜଦେଓ ଙ୍କୁ ଛେରା ପହଁରା ନିମିତ୍ତ ଭବ୍ୟ ସ୍ଵାଗତ ସମାରୋହ ରେ ରଥ ଉପରକୁ ଅଣାଯାଇଥିଲା ଓ ସେ ନିଜର ଛେରାପହଁରା ନିତି କୁ ରଥଉପରେ ସମ୍ପର୍ଣ୍ଣ କରିଥିଲେ। ଏହି ସମୟରେ ବର୍ଷା ବନ୍ଦ୍ ହୋଇ ପାଗ ଶୁଖିଲା ରହିଥିଲା। ଫଳରେ ଜନସାଧାରଣ ମନରେ ଉତ୍କଣ୍ଠା ଭାବ ସୃଷ୍ଟି ହୋଇ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିବାର ଦେଖିବାକୁ ମିଳିଥିଲା। ଚଳିତ ବର୍ଷ ରଥକାର୍ଯ୍ୟ ସଠିକ୍ ହୋଇଥିବାରୁ କୁଲାଡ ର ବିରାଟ ରଥ ଘର୍ଘର ନାଦ କରି ମାଡି ଆସୁଥାଏ। ଶ୍ରଦ୍ଧାଳୁ ଭକ୍ତମାନଙ୍କ ପାଇଁ। ଏହି ପବିତ୍ର ଦିବସ ଅବସରରେ ସ୍ଥାନୀୟ ସରପଞ୍ଚ ଙ୍କ ଦ୍ଵାରା ଏକ ନୈଶ୍ୟ ଭୋଜିର ଆୟୋଜିତ ହୋଇଥିଲା ସେଥିରେ ସରପଞ୍ଚ ପ୍ରତିନିଧି ରାଜିବ ଲୋଚନ ରାଜୁ ପ୍ରତ୍ୟକ୍ଷ ଭାବରେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ କୁ ତୁଲାଇଥିଲେ। ଏହି ଭବ୍ୟ ଆକର୍ଷଣୀୟ ଆଡମ୍ବର ରଥଯାତ୍ରା ରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ଉପ ଜିଲ୍ଲାପାଳ ଉମା ଶଙ୍କର ବେହେରା, ଅତିରିକ୍ତ ଉପ ଜିଲ୍ଲାପାଳ ପ୍ରଧାନ ଟୁଲିଆମ୍ମା, ତହସିଲଦାର ଅଭିପ୍ସା ପଟ୍ଟନାୟକ ଏବଂ ଅତିରିକ୍ତ ତହସିଲଦାର ଅବିନାଶ ମହାର ,ଉପଖଣ୍ଡ ସୂଚନା ଲୋକସମ୍ପର୍କ ବିଭାଗ ଅଧିକାରୀ ସନ୍ତୋଷ କୁମାର ନାୟକ, ଦୁଇ ରାଜସ୍ଵ ନିରିକ୍ଷକ ଭଗବାନ ବେହେରା ଓ ଲକ୍ଷ୍ମଣ କୁମାର ନାୟକ, ସନ୍ତୋଷ ମୁଠା ମାଝୀ, ସୁଶାନ୍ତ ସେଠୀ ଓ ଅନ୍ୟାନ୍ୟ ସମସ୍ତ ପ୍ରଶାସନିକ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ରଥଟଣା କାର୍ଯ୍ୟର ତଦାରଖ କରିଥିଲେ। ସେହିପରି ଉକ୍ତ କାର୍ଯ୍ୟରେ କୁଲାଡ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ର ସଭାପତି ବ୍ରହ୍ମାନନ୍ଦ ଦାସ ସମ୍ପାଦକ ସଞ୍ଜୟ ପ୍ରଧାନ ଉପଦେଷ୍ଟା ମୁରଲୀଧର ପଣ୍ଡା ଓ ସୁଧିର କୁମାର ଦାସ, ସଦସ୍ୟ ଶିବ ପାଢ଼ୀ, ପତି ଓ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ମନ୍ଦିର ର ସମସ୍ତ କାର୍ଯ୍ୟ କୁ ପରିଚାଳନା କରିବାରେ ସହଯୋଗ କରିଥିଲେ। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପକ୍ଷରୁ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଏ ଏସ୍ ପି ରଞ୍ଜନ କୁମାର ଦେ, ଏସଡିପିଓ ଡ. ଦୀପକ କୁମାର ମିଶ୍ର ଏବଂ ଥାନା ଅଧିକାରୀ ଜୀବନାନନ୍ଦ ଜେନା ପ୍ରତ୍ୟକ୍ଷ ଭାବେ ଉପସ୍ଥିତ ରହି ଆଇନଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିଥିଲେ। ଯାତ୍ରା କମିଟିର କର୍ମକର୍ତ୍ତା, ଗ୍ରାମବାସୀ ଓ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏଥିରେ ସହଯୋଗ କରିଥିଲେ।
ସକାଳୁ ପ୍ରବଳ ବର୍ଷା ଯୋଗୁଁ ଭକ୍ତଙ୍କ ସଂଖ୍ୟା କମ୍ ଥିବା ବେଳେ ତିନି ଠାକୁରଙ୍କ ଗୋଟି ପହଣ୍ଡି ବିଜେ ସମୟକୁ ବର୍ଷା ଛାଡ଼ିଯାଇଥିଲା। ଏହାପରେ କୁଲାଡ ବଡ଼ଦାଣ୍ଡରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା ଏବଂ ସମଗ୍ର ପରିବେଶ ଭକ୍ତମୟ ହୋଇଉଠିଥିଲା। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଦେବ ମହାରଣା, ପ୍ରମୁଖ ସେବାୟତ ପୁଜା ପଣ୍ଡା, ସରପଞ୍ଚ,ମକଦମ, ଚିତ୍ରକର, ଖଵରଦାତା, ମନ୍ଦିର ପରିଚାଳନା କମିଟି ସଦସ୍ୟ, କେତେକ ପ୍ରଶାସନିକ ଅଧିକାରୀ ଓ ସଦସ୍ୟ ଇତ୍ୟାଦି ଙ୍କୁ ସମ୍ନାନ ସ୍ଵରୁପ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଙ୍କ ହାତରେ ହାଟୁଆ ( ଭୋଗ ମିଷ୍ଟାନ୍ନ) ଓ ଉପଢୌକନ ପ୍ରଦାନ କରାଯାଇଥିଲା। ରଥଟଣା ଶେଷ ହେବା ବେଳକୁ ରାତ୍ର ୯ ଘଣ୍ଟା ହୋଇଯାଇଥିଲା। ଏହାସହ ଭେଜିପୁଟ, ଭଞ୍ଜନଗର ଓ ବଡକୋଦଣ୍ଡା ଆଦି ଅଞ୍ଚଳରେ ମଧ୍ୟ ରଥଯାତ୍ରା ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହୋଇଯାଇଛି।