ନିର୍ମାଣର ଦଶ ଦିନ ପରେ ପୋଲର ଆପ୍ରୋଚ ରୋଡ଼୍ ଦବିଗଲା।

0

କେନ୍ଦ୍ରାପଡା:୧୦,୦୭(ପ୍ରଫୁଲ୍ଲ କୁମାର ମଲ୍ଲ) ଡେରାବିଶ ବ୍ଲକ ଖମୋଳ ପଞ୍ଚାୟତ ଖମୋଳ ଗ୍ରାମ ସ୍ଥିତ ୧୨ ନଂ କେନାଲ ଉପରେ ନିର୍ମାଣ କରାଯାଇଥିବା ଢଳେଇ ପୋଲର ଆପ୍ରୋଚ ରୋଡ଼ ଦବିଯାଇଥିବା ଦେଖିବାକୁ ମିଳିଛି। ପୂର୍ବରୁ ସେହି ସ୍ଥାନରେ ଥିବା ଢଳେଇ ପୋଲଟି ଅଣଚଉଡ଼ା ଥିବା କାରଣରୁ ଓ ଚଉଡ଼ା ପୋଲର ଆବଶ୍ୟକତା ହେବାରୁ ପୁରୁଣା ପୋଲଟି ଭଙ୍ଗାଯାଇ ନୂଆ ପୋଲ ନିର୍ମାଣ କରାଯାଇଛି। ଏହି ପୋଲ ନିର୍ମାଣରେ ନିମ୍ନମାନର ସାମଗ୍ରୀ ବ୍ୟବହାର କରାଯାଇଥିବା ବେଳେ ପୋଲର ଡିଜାଇନ୍‌କୁ ବ୍ୟତିକ୍ରମ କରି ନିର୍ମାଣ କାର୍ଯ୍ୟ କରାଯାଇଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଜଳସେଚନ ବିଭାଗ ପକ୍ଷରୁ ନିର୍ମାଣ ସମୟରେ କୌଣସି ଅଧିକାରୀ ଉପସ୍ଥିତ ରହିନଥିବା
ନେଇ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ନିର୍ମାଣ ପରେ ରାସ୍ତା ସହିତ ପୋଲକୁ ସଂଯୋଗ କରିବା ପାଇଁ ଯେଉଁ ସଂଯୋଗୀକରଣ ରାସ୍ତା ନିର୍ମାଣ ହୋଇଥିଲା
ତାହା ଏତେ ନିମ୍ନମାନର ହୋଇଥିଲା ଯେ ତାହା ଦବି ଯାଇଛି । ଫଳରେ ଏହି ରାସ୍ତାରେ ଚାରିଚକିଆ ଯାନ କିମ୍ବା ଅତ୍ୟାବଶ୍ୟକ ଆମ୍ବୁଲାନ୍ସ କିମ୍ବା ଫାୟାର ଗାଡ଼ି ଯିବା ସମ୍ଭବ ହେବ ନାହିଁ I ଏପରିକି ବାଇକ୍ ଆରୋହୀ ସାମାନ୍ୟ ଟିକେ ଅନ୍ୟମନସ୍କ ହେଲେ ଦୁର୍ଘଟଣା ଗ୍ରସ୍ତ ହେବା ନିଶ୍ଚିତ | ପୂର୍ବରୁ ଏହି ଆପ୍ରୋଚ ରୋଡ଼୍ ଗୋଟିଏ ପଟ ଦବିଯାଇଥିବା ବେଳେ ଏହାକୁ ଠିକାଦାର ଜଣକ ମୋଟା ଅଙ୍କର ପିସି ଦେଇ ମରାମତି କରିଥିବା ବେଳେ ଦ୍ଵିତୀୟ ଥର ଅନ୍ୟ ଏକ ଜାଗାରେ ଏହା ଦବିଯାଇଛି। ତୁରନ୍ତ ଏହି କାର୍ଯ୍ୟକୁ ସୁଦୃଢ଼ କରିବା ପାଇଁ ସାଧାରଣରେ ଦାବି ହୋଇଛି।

Leave A Reply

Your email address will not be published.