ବେଲଗୁଣ୍ଠା ସାହିତ୍ୟ ଘର ଓ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ମିଳିତ ବନ ମହୋତ୍ସବ କାର୍ଯ୍ୟକ୍ରମ

0

ବେଲଗୁଣ୍ଠା, ୧୦/୦୭-(ଶିବରାମ ଚୌଧୁରୀ )-, ଆଜି ବେଲଗୁଣ୍ଠା ସୂତୁମୁସର ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ବିଦ୍ୟାଳୟ ଏବଂ ବେଲଗୁଣ୍ଠା ସାହିତ୍ୟ ଘରର ମିଳିତ ଆନୁକୁଲ୍ୟରେ ବନମହୋତ୍ସବ ପାଳିତ ହୋଇଯାଇଛି। ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ତଥା ସାହିତ୍ୟ ଘର ସାଂଗଠନିକ ସମ୍ପାଦକ ପ୍ରଦ୍ୟୁମ୍ନ ପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସହିତ୍ୟଘର ସଭାପତି ମୋତିଲାଲ ପତି ଯୋଗ ଦେଇ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ସାହିତ୍ୟ ଘର ଉପସଭାପତି ସୂର୍ଯ୍ୟନାରାୟଣ ତ୍ରିପାଠୀ,କାଉନସିଲର ତଥା ଯୁବ ପରିବେଶବିତ୍ ଦିବ୍ୟରଞ୍ଜନ ଦାସ,କାଉନସିଲର ତଥା ସହିତ୍ୟଘର କୋଷାଧ୍ୟକ୍ଷ ଭାସ୍କର ପାତ୍ର ,ଉପଦେଷ୍ଟା ଭି ଦେବୀ ପ୍ରସାଦ ପାତ୍ର,ସାହିତ୍ୟ ଘର ସଂଯୋଜକ ଶିବରାମ ଚୌଧୁରୀ,ବଣିକ ସଂଘ ସଭାପତି ସନତ କୁମାର ସୁବୁଦ୍ଧି, ଅବସରପ୍ରାପ୍ତ ଅବୈତନିକ ବନ୍ୟ ପ୍ରାଣୀ ତତ୍ତ୍ୱାବଧାରକ ଶୁଳପାଣି ଶତପଥୀ, ଶିଶୁ ବିଦ୍ୟାମନ୍ଦିର ସଭାପତି ବିଜୟ କୁମାର ସ୍ୱାଇଁ, ବନରକ୍ଷୀ ପ୍ରିୟଙ୍କା ପାଳ ପ୍ରମୁଖ ଯୋଗ ଦେଇଥିଲେ। ଶିଶୁମନ୍ଦିର ସମ୍ପାଦକ ପବିତ୍ର କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିବା ସହ କାଯ୍ୟକ୍ରମ ପରିଚାଳନା କରିଥିଲେ। ଯୁଗ୍ମ ସମ୍ପାଦକ ସୁର୍ଯ୍ୟ ନାରାୟଣ ପାତ୍ର, କୋଷାଧ୍ୟକ୍ଷ ରବୀନ୍ଦ୍ର ନାଥ ସୁବୁଦ୍ଧି,ଉପଦେଷ୍ଟା ରବୀନ୍ଦ୍ର ନାଥ ରଥ,ସାହିତ୍ୟ ଘର ସଦସ୍ୟ ତୋଫାନ ସାହୁ, ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି ଅବସରରେ ଲୋହରାଖଣ୍ଡି ସାହିତ୍ୟ ସଂସଦ ସମ୍ପାଦକ ଚିନ୍ମୟ କୁମାର ବେବର୍ତ୍ତା ଯୋଗ ଦେଇ ସାହିତ୍ୟ ସଂସଦ ତରଫରୁ ଆୟୋଜିତ ପ୍ରତିଯୋଗିତାର ପୁରସ୍କାର ବିତରଣ କରିଥିଲେ। ଏହି ଅବସରରେ ଅର୍ଜ୍ଜୁନ, ଅଶୋକ ,ଅଁଳା, ବେଲ, କରଞ୍ଜ,ଚମ୍ପା, ଜାମୁ କୋଳି ଭଳି ବିଭିନ୍ନ କିସମର ବୃକ୍ଷ ରୋପଣ କରାଯାଇଥିଲା। ଗଛର ଉପଯୁକ୍ତ ଯତ୍ନ ନେଇ ଏହାକୁ ବଞ୍ଚାଇ ରଖିବା ପାଇଁ ସମସ୍ତେ ଶପଥ ଗ୍ରହଣ କରିଥିଲେ। ବିଦ୍ୟା ମନ୍ଦିର ତରଫରୁ ସମସ୍ତ ଅତିଥିଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା।ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ କୁମାର ବିଷୋୟୀ ଅତିଥି ମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।

Leave A Reply

Your email address will not be published.