ଓଡ଼ଗାଁ,୯।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ନନ୍ଦିଘୋର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଘଷାଦେଇପୁର ଗ୍ରାମରେ ଶ୍ରୀଶ୍ରୀ ବାବା ଚନ୍ଦ୍ରକପିଳେଶ୍ୱର ମହାଦେବଙ୍କ ପବିତ୍ର ରତ୍ନମୁଦ ଉତ୍ସବ ଭକ୍ତିପୂର୍ଣ୍ଣ ପରିବେଶରେ ସମ୍ପନ୍ନ ହୋଇଯାଇଛି। ଗ୍ରାମବାସୀଙ୍କ ସମୂହ ସହଯୋଗ ଓ ସକ୍ରିୟ ଅଂଶଗ୍ରହଣରେ ଉତ୍ସବ ସଫଳତାର ସହ ଆୟୋଜିତ ହୋଇଥିଲା। ଏହି ଯଜ୍ଞରେ ପଣ୍ଡିତ ଶ୍ରୀ ସତ୍ୟଷଢଙ୍ଗୀ, ପଣ୍ଡିତ ଶ୍ରୀ ସନ୍ତୋଷ ତ୍ରିପାଠୀ ଓ ପଣ୍ଡିତ ଶ୍ରୀ ଶାନ୍ତନୁ ଦାଶ ପୂଜାକାର୍ଯ୍ୟ ସମ୍ପାଦନ କରିଥିବାବେଳେ ଗ୍ରାମ ସଭାପତି ପୂର୍ଣ୍ଣଚନ୍ଦ୍ର ଦାଶ କର୍ତ୍ତା ଭାବେ ଦାୟିତ୍ୱ ନିର୍ବାହ କରିଥିଲେ।
ଉତ୍ସବ ପରିଚାଳନାରେ ଭଗବାନ ସାହୁ, ସନ୍ତୋଷ ତ୍ରିପାଠୀ, ପ୍ରକାଶ ପ୍ରଧାନ, ବୈକୁଣ୍ଠନାଥ ବାଘ, ନିଶାନ୍ତ କୁମାର ଦାଶ, ଗୁଣନିଧି ତ୍ରିପାଠୀ, ସୁଶୀଳ କୁମାର ପ୍ରଧାନ, ସୁଧୀର କୁମାର ସାହୁ, ସନ୍ତୋଷ କୁମାର ପ୍ରଧାନ, ଅନନ୍ତ ପ୍ରଧାନ, କାଳିଆ ସାହୁ, ପୂର୍ଣ୍ଣଚନ୍ଦ୍ର ନାୟକ ଏବଂ ମନ୍ଦିର ସେବାୟତ ଗୋପୀନାଥ ମହାପାତ୍ର ଓ ବିଶ୍ୱନାଥ ମହାପାତ୍ରଙ୍କ ସମେତ ସମସ୍ତ ଗ୍ରାମବାସୀଙ୍କ ଉଲ୍ଲେଖନୀୟ ସହଯୋଗ ରହିଥିଲା।
ଉତ୍ସବରେ ନୟାଗଡ଼ ବିଧାୟକ ଡଃ ଅରୁଣ କୁମାର ସାହୁ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ଲୋକନାଥ ସାହୁ, ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ରଣଜିତ ଦାଶ, ଓଡ଼ଗାଁ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ବିଜୟଲକ୍ଷ୍ମୀ ସାହୁ ଏବଂ ନନ୍ଦିଘୋର ସରପଞ୍ଚ ଶ୍ରୀମତୀ ସ୍ୱତେଲୀନା ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ମନ୍ଦିରର ଉନ୍ନତି ଓ ଗ୍ରାମର ଐତିହ୍ୟ ରକ୍ଷା ପାଇଁ ଗ୍ରାମବାସୀଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ। ଧାର୍ମିକ ଆଚାର-ଅନୁଷ୍ଠାନ, ବେଦମନ୍ତ୍ର ଉଚ୍ଚାରଣ ଏବଂ ଭକ୍ତମାନଙ୍କ ଉତ୍ସାହପୂର୍ଣ୍ଣ ଉପସ୍ଥିତି ମଧ୍ୟରେ ସମଗ୍ର ଉତ୍ସବ ସୁସମ୍ପନ୍ନ ହୋଇଥିଲା।
Sign in
Sign in
Recover your password.
A password will be e-mailed to you.