ମଦ୍ୟପ ଯୁବକ ର କୋଢି ମାଡରେ ବୃଦ୍ଧଙ୍କ ମୃତ୍ୟୁ।

0

ଗୋପାଳପୁର ଥାନା ଅନ୍ତର୍ଗତ ଗଉଞୁ ଗ୍ରାମରେ ସୁନୀଲ ନାମକ ଜଣେ ଯୁବକ ର କୋଢି ମାଡରେ ସତ୍ୟ ଦାସ ନାମକ ଜଣେ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ପୁରୀ ଜିଲ୍ଲାରୁ ଆସି ଗଉଞୁ ଗ୍ରାମରେ ସତ୍ୟ ଦାସ ଙ୍କ ପଡୋଶୀ ଘରେ ରହୁଥିବା ସୁନୀଲ ଜଣେ ମଦ୍ୟପ ଯୁବକ ଓ ଗତ କିଛି ମାସ ପୁର୍ବେ ସତ୍ୟ ର ଝିଅ ଗୁରୁତର ଅସୁସ୍ଥ ହେତୁ ରକ୍ତ ର ଆବଶ୍ୟକ ପଡ଼ିଥିଲା। ଏହି ଭଳି ପରିସ୍ଥିତିରେ ସୁନୀଲ ରକ୍ତ ଦାନ କରି କିଛି ଅର୍ଥ ଦାବି କରିଥିଲା। କିନ୍ତୁ ମୃତ ସତ୍ୟ ଅର୍ଥ ଦେବାରେ ହେଳା ଯୋଗୁଁ ସୁନୀଲ ମଦ୍ୟପାନ କରି ଉତ୍ୟକ୍ତ ଅବସ୍ଥାରେ ଏକ କୋଡ଼ି ଧରି ସତ୍ୟ କୁ ମାରଣାନ୍ତକ ଆକ୍ରମଣ କରି ଘଟଣାସ୍ଥଳରୁ ଚମ୍ପଟ୍ ମାରିବା ପାଇଁ ଚେଷ୍ଟା କରୁଥିବା ବେଳେ ଗ୍ରାମବାସୀ ତାକୁ କାବୁ କରି ପୋଲିସ କୁ ହସ୍ତାନ୍ତର କରିଥିଲେ। ଅନ୍ୟ ପକ୍ଷରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସତ୍ୟ କୁ ଗାଁ ଲୋକେ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Leave A Reply

Your email address will not be published.