ଖଲ୍ଲିକୋଟ ରୁ ଶିବରାମ ଜେନା,ଶାସକ ପ୍ରଶାସକ।: ଖଲ୍ଲିକୋଟ ଏନ୍ ଏ ସି ରେ ଟଣାଓଟରା ଚାଲିଛି ଠିକାଦାର କାମପାଇଁ, ଡବଲ୍ ଇଞ୍ଜିନ୍ ସରକାରଙ୍କ ଦୁଇଗୋଷ୍ଠୀ ହେଲା ବେଳେ ତ୍ରିଶଙ୍କୁ ରେ ଅଛନ୍ତି ଏନ୍ ଏ ସି ଅଧ୍ୟକ୍ଷ ବିଜେଡ଼ି ର ବିନ୍ଧାଣି ବୋଲାଉଥିବା ଶ୍ରୀ ନିରଞ୍ଜନ ବେହେରା ।
ଏମାନେ ଜନସାଧାରଣ ଙ୍କ ନେତା ବା ପ୍ରତିନିଧି । ତାପରେ ଜନସାଧାରଣ ଙ୍କ ପ୍ରତିନିଧିମାନେ ସେମାନଙ୍କ ଦଳ ତରଫରୁ ଦେଇଛନ୍ତି ପ୍ରତିନିଧି , ଏମିତି ଢାଞ୍ଚାରେ ଚାଲିଛି ଖଲ୍ଲିକୋଟ ରାଜନୀତି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଆଜିର ଏ ଅବସରରେ କହିବାକୁ ଗଲେ ଖଲ୍ଲିକୋଟ ଏନ୍ ଏ ସି ର ୱାର୍ଡ ନଂ ୧ ର ଅମରେଶ୍ଵର ନଗର ର ବିଏସଏନଏଲର ସମ୍ମୁଖ ରେ ତଥା ତହସିଲଦାର ଙ୍କ ବାସଭବନ ପଛ ଭାଗରେ ନିର୍ମିତ ହେଉଛି ୟୁଥ୍ କ୍ଲବ୍ । ଯାହାକି ଖଲ୍ଲିକୋଟ ବିଧାୟକ ଙ୍କ ଆଞ୍ଚଳିକ ପାଣ୍ଠି ରୁ ବ୍ୟୟ ବରାଦ ଟ୫୦୦୦୦୦(ପାଞ୍ଚଲକ୍ଷ ଟଙ୍କା) ହୋଇଛି। ଠିକାଦାର କୃଷ୍ଣଚନ୍ଦ୍ର ଚନ୍ଦ୍ର ନାୟକ
ସୂଚନା ଫଳକ ରେ ଥିବା ବେଳେ, ଏହାର ତଦାରଖ କିଏ କରୁଛନ୍ତି ବୋଲି ଜନସାଧାରଣ ରେ ଚର୍ଚ୍ଚା ଜୋର ଧରିଛି ବୋଲି ଜଣାପଡିଛି। ଲୋକଙ୍କ ଭିତରେ ଚାଲିଥିବା ପରିପ୍ରେକ୍ଷୀରେ ଆଜି ଶାସକ ପ୍ରଶାସକ ର ବ୍ଳକ୍ କରେସ୍ପଣ୍ଡେଣ୍ଟ ଶିବରାମ ଜେନା ହଠାତ୍ ସେ ଜାଗା ରେ ପହଞ୍ଚି ଥିଲେ ଏବଂ ଫଟୋ ଉତ୍ତୋଳନ କରିଥିଲେ । ଏ ସମୟରେ ପପୁ ନାମକ ଜଣେ ବ୍ୟକ୍ତି ଆସି ବିରୋଧ କରିବା ସହ ଧମକ ଦେଇଥିଲେ ଯେ ୪ଦିନ ପରେ ତୋ କଥା ବୁଝିବି, ଏବଂ ଜାତିଆଣ ମାମଲା ଦାୟର କରି ଜେଲ୍ ପଠାଇବି |କେବଳ ସେତିକି ନୁହେଁ କେତେକ ଯୁବକଙ୍କୁ ଫୋନ୍ ମାଧ୍ୟମରେ ଡକାଇଲେ। ଲୋକଙ୍କ ଆଶଂକା ପରିପ୍ରେକ୍ଷୀରେ କାମ ଗୁଣାତ୍ମକ ନହେବା ନେଇ ଲୋକ ଆଶଙ୍କା କରିଛନ୍ତି ।ତେଣୁ କାମ ଯିଏ କରୁଛି କରୁ , ଲୋକଙ୍କର କୌଣସି ଆପତ୍ତି ନାହିଁ | ହେଲେ ସରକାର ଙ୍କୁ ଜନସାଧାରଣଙ୍କ କେବଳ ଏତିକି ନିବେଦନ ଯେ କାମର ଗୁଣବତ୍ତା ଭଲ ରହୁ . ଏହା ସୁନିଶ୍ଚିତ କରାଇପାରିଲେ ସରକାର ଲୋକଙ୍କର ଵିଶ୍ଵାସ ଭାଜନ ହୋଇପାରିବେ ।
Sign in
Sign in
Recover your password.
A password will be e-mailed to you.
Next Post