ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ଵରୀୟ ବିଶ୍ଵ ବିଦ୍ୟାଳୟ ତରଫରୁ ହାପିନେସ୍ କୁ ହାଏ, ଟେନସନ୍ କୁ ବାଏ ବାଏ କାର୍ଯ୍ୟକ୍ରମ

0

ବେଲଗୁଣ୍ଠା,୦୬/୦୭,-(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବ୍ଳକ୍ ଗୋବରା ସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ଵ ବିଦ୍ୟାଳୟ ପକ୍ଷରୁ ସମାଜ କଲ୍ୟାଣ ପାଇଁ ହାପିନେସ୍ କୁ ହାଏ, ଟେନସନ୍ କୁ ବାଏ ବାଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନ ମୁଖ୍ୟ ଯାଜ୍ଞସେନୀ ଭଉଣୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ଆନ୍ତର୍ଜାତୀୟ ବକ୍ତା ଡ ଶକ୍ତିରାଜ୍ ଭାଇ ଯୋଗ ଦେଇ ମନରେ ଥିବା ବିଭିନ୍ନ ଚାପକୁ ଦୂରେଇବାର ଉପାୟ ସମ୍ପର୍କରେ ଆଲୋଚନା କରିବା ସହିତ ମନକୁ ସ୍ଥିର ରଖିବା, ବିପଦ ସମୟରେ ବିଚଳିତ ନହୋଇ ଧୈର୍ଯ୍ୟର ସହିତ ତାହାକୁ ମୁକାବିଲା କରିବା ସମ୍ପର୍କରେ ନିଜର ବକ୍ତବ୍ୟ ରଖିଥିଲେ। ଏହା ସହିତ ମନକୁ ଚାପମୁକ୍ତ କରିବା ପାଇଁ ସେ ବିଭିନ୍ନ ପ୍ରକାର ଗୀତ ଶୁଣାଇଥିଲେ। ଜୀବନରେ ଅତୀତ ଏବଂ ଭବିଷ୍ୟତ ବିଷୟରେ ଚିନ୍ତା ବର୍ତ୍ତମାନକୁ ନେଇ ବଞ୍ଚିଲେ ମଣିଷ ଚାପ ମୁକ୍ତ ରହିପାରିବ ବୋଲି ସେ ପ୍ରକାଶ କରିଥିଲେ। ଏହା ସହିତ ସେ ଯୋଗ ମାଧ୍ୟମରେ ଅନେକ ରୋଗରୁ ମୁକ୍ତି ପାଇବା ସହିତ ପରମାତ୍ମା ସହିତ ସମ୍ପର୍କ ସ୍ଥାପନ କରିପାରିବା ବୋଲି ସେ ପ୍ରକାଶ କରିଥିଲେ। ସେହିପରି ଅନ୍ୟତମ ଅତିଥି ରୂପେ ଗାଙ୍ଗପୁର ଥାନା ଅଧିକାରୀ ବନ ବିହାରୀ ପ୍ରଧାନ ଉପସ୍ଥିତ ରହି ଅନୁଷ୍ଠାନର ଏହି କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ଦ୍ଵିତିକୃଷ୍ଣ ସାହୁ,ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ଗୌଡ଼,ବିଶ୍ଵ ଭାରତୀ ଅଧ୍ୟକ୍ଷ କୁଞ୍ଜ ବିହାରୀ ନାୟକ,ଏସ୍ ରାମେଶ୍ବର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ୩୦୦ ରୁ ଉର୍ଦ୍ଧ୍ବ ଲୋକ ଅଂଶ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଅନୁଷ୍ଠାନର ସମସ୍ତ ଭାଇ ଭଉଣୀ ସହଯୋଗ କରିଥିଲେ।

Leave A Reply

Your email address will not be published.