କୁଚିଣ୍ଡା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ତରଫରୁ ନିର୍ମାଣ ହେଉଥିବା ସଭାଗୃହ ଶେଷ ପର୍ଯ୍ୟାୟରେ, ସୂଚନା ଫଳକ ନାହିଁ

0

କୁଚିଣ୍ଡା/ଜମନକିରା,୬|୭ : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅଧିନସ୍ଥ ସୁବର୍ଣ୍ଣପାଲି ପଞ୍ଚାୟତ ଲଛିମାଲ ଯିବା ରାସ୍ତାରେ ଏକ କିସାନ ସମାଜର ସଭାଗୃହ ନିର୍ମାଣ ପାଇଁ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, କୁଚିଣ୍ଡା ପକ୍ଷରୁ ନିର୍ମାଣ ହୋଇଥିବା କାମ ଶେଷ ପର୍ଯ୍ୟାୟରେ କିନ୍ତୁ କୌଣସି କାମ ଏକ କାମ ପୂର୍ବରୁ ସୂଚନା ଫଳକ ଲଗାଇବା ପାଇଁ ସରକାରଙ୍କ ନିର୍ଦ୍ଦେଶନାମା ରହିଛି । ତେବେ ଏହି ସଭାଗୃହ କାମ ସମ୍ପୂର୍ଣ୍ଣ ହୋଇସାରିଛି । ଅଥଚ ବର୍ତ୍ତମାନ ସୁଦ୍ଧା ଏଠାରେ ସୂଚନା ଫଳକ ଲାଗି ନ ଥିବା ଦେଖିବାକୁ ମିଳିଛି । ସୂଚନାନୁଯାୟୀ, ପୂର୍ବରୁ ଏହି ଘର କିସାନ ସମାଜର ସଭାଗୃହ ପାଇଁ ନିର୍ମାଣ ହୋଇଥିଲା । ତାହା ଅଧାପନ୍ତରିଆ ଅବସ୍ଥାରେ ସଭାଗୃହଟି ପଡ଼ିରହିଥିଲା । ପୁଣି ସେହି ସଭାଗୃହଟି ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, କୁଚିଣ୍ଡା ପକ୍ଷରୁ ନିର୍ମାଣ କରାଯାଇଛି । ତାହା ମରାମତି ନା ନୂତନ ସଭାଗୃହ ଏହି ଅନୁଦାନ ଟଙ୍କା କେଉଁ ଆର୍ଥିକ ବର୍ଷର ଅଟେ । ସୂଚନା ଫଳକ ନ ଥିବାରୁ ଅଧାପନ୍ତରିଆ ଘରକୁ ସମ୍ପୂର୍ଣ୍ଣ କରି ଟଙ୍କା ହଡ଼ପ କରାଯାଇଥିବା ଗ୍ରାମବାସୀଙ୍କ ମନରେ ସନ୍ଧେହ ସୃଷ୍ଟି ହୋଇଛି । ସଭାଗୃହ କାର୍ଯ୍ୟ ସମାପ୍ତ ହୋଇଥିଲେ ମଧ୍ୟ କିସାନ ସମାଜର ସଭାଗୃହ ତେବେ ଆଜକୁ ୩ ରୁ ୪ ମାସ ହେବ ତେବେ କାହିଁକି ହସ୍ତାନ୍ତର କରାଯାଉ ନାହିଁ। ବୋଲି ଗ୍ରାମବାସୀଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅଧାପନ୍ତରିଆ ଘରକୁ ସମ୍ପୂର୍ଣ୍ଣ କରି ଆସିଥିବା ଆର୍ଥିକ ଟଙ୍କାକୁ ଠିକାଦାର ଓ ଯନ୍ତ୍ରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଥିବା ଯୋଗୁଁ ଟଙ୍କା ହଡ଼ପ କରାଯାଇଥିବା ଗ୍ରାମବାସୀଙ୍କ ଅଭିଯୋଗ ହୋଇଛି । ଏ ସମ୍ପର୍କରେ ଆଇଟିଡିଏ ଜେଇ ଜଗୁ ପ୍ରଧାନଙ୍କୁ ପଚାରିବାରୁ ଏହି ଘର ୫ଲକ୍ଷ୍ୟ ଟଙ୍କାର, ସୂଚନା ଫଳକ ଭାଙ୍ଗି ଯାଇଛି ଓ ନିଜ ଆଡୁ ସଭାଗୃହ ପାଇଁ ଟଙ୍କା ଲଗାଯାଇଥିବା କହିଛନ୍ତି । ଉଚ୍ଚଧିକାରୀ ଏଦିଗରେ ଦୃଷ୍ଟି ଦେଇ ଉପଯୁକ୍ତ ତଦନ୍ତ କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।

Leave A Reply

Your email address will not be published.