ମା’ ଶ୍ୟାମାକାଳୀଙ୍କ ଭବ୍ୟ ଭସାଣି ଯାତ୍ରା ସମ୍ପନ୍ନ

25

ପଦ୍ମପୁର /ଶିବାଶିଷ ପଟ୍ଟନାୟକ:– ହନୁମାନପଡ଼ାଠାରେ ଗତ ୮ ତାରିଖରୁ ଆରମ୍ଭ ହୋଇଥିବା ମା’ ଶ୍ୟାମାକାଳୀଙ୍କ ପୂଜନୋତ୍ସବ ଆଜି ୧୧ ତାରିଖ ସକାଳ ୬ଟା ୩୦ ମିନିଟ୍‌ରେ ପୂର୍ଣ୍ଣାହୁତି ଓ ବିଦାୟ ଆଳତି ସହ ଭକ୍ତିମୟ ପରିବେଶରେ ସମାପନ ହୋଇଛି। ଏହି ଅବସରରେ ମା’ଙ୍କ ଭବ୍ୟ ଭସାଣି ଶୋଭାଯାତ୍ରା ଆକର୍ଷଣୀୟ ଢଙ୍ଗରେ ଅନୁଷ୍ଠିତ ହୋଇଥିଲା।

ଗତକାଲି ସନ୍ଧ୍ୟା ଆଳତି ପରେ ଅର୍କେଷ୍ଟ୍ରା ‘ପ୍ରଭୁ ତୋର ସାହାରା’ ଏବଂ ମା’ ତୁଳସୀ ମହିଳା ଦଣ୍ଡନୃତ୍ୟ ଦଳ ପକ୍ଷରୁ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ସହସ୍ରାଧିକ ଦର୍ଶକ ଉପଭୋଗ କରିଥିଲେ।

ଆଜି ମା’ଙ୍କ ଭସାଣି ଶୋଭାଯାତ୍ରାରେ ବିଭିନ୍ନ ସାଂସ୍କୃତିକ ଦଳ, ଘଣ୍ଟବାଦ୍ୟ, ଦୁଲଦୁଲି ଓ ସଂକୀର୍ତ୍ତନ ଦଳ ସାମିଲ ହୋଇଥିଲେ। ବାଦ୍ୟର ତାଳେ ତାଳେ ଭକ୍ତିମୟ ଓ ଉତ୍ସବମୁଖର ପରିବେଶରେ ଶୋଭାଯାତ୍ରା ସହର ପରିକ୍ରମା କରିବା ପରେ ମା’ଙ୍କୁ ଭାବପୂର୍ଣ୍ଣ ବିଦାୟ ଦିଆଯାଇଥିଲା।

ଏହି ଅବସରରେ ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନଭୋଗ ଓ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ସହସ୍ରାଧିକ ଭକ୍ତ ପ୍ରସାଦ ସେବନ କରିଥିଲେ। ଭସାଣି ଶୋଭାଯାତ୍ରାରେ ପୂଜା କମିଟିର ସମସ୍ତ ସଦସ୍ୟଙ୍କ ସମେତ ବହୁ ଶ୍ରଦ୍ଧାଳୁ ଓ ସ୍ଥାନୀୟ ଜନସାଧାରଣ ଯୋଗଦେଇଥିଲେ। ସମଗ୍ର କାର୍ଯ୍ୟକ୍ରମ ଭକ୍ତି, ଶ୍ରଦ୍ଧା ଓ ଉତ୍ସାହର ସହ ସମ୍ପନ୍ନ ହୋଇଥିଲା।

Leave A Reply

Your email address will not be published.