ବେଲଗୁଣ୍ଠା,୦୬/୦୭-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ଖଣି ବିଭାଗ,ରାଜସ୍ବ ବିଭାଗ ଏବଂ ଗାଙ୍ଗପୁର ପୋଲିସ୍ ବାହିନୀ ପକ୍ଷରୁ ମିଳିତ ଚଢାଉ କରାଯାଇ ଏକ ବେଆଇନ୍ ବାଲି ଗୋଦାମକୁ ଜବତ କରାଯାଇଥିବା ସୂଚନା ମିଳିଛି। ସୂଚନା ପ୍ରକାରେ ବେଲଗୁଣ୍ଠା ତହସିଲ୍ ଅଂଚଳ ର ସବୁ ବାଲି ଘାଟ ରେ ଏହି ପରି ବେଆଇନ ବାଲି ଗୋଦାମ ଅଛି ସେଥି ମଧରୁ ଗୋବରା ସର୍କଲ୍ ର ବେଣୀପଲ୍ଲୀ ମୌଜାରେ ଏକ ବେଆଇନ୍ ବାଲି ଗୋଦାମ ରହିଥିବା ସ୍ଥାନୀୟ ପ୍ରଶାସନ ନିକଟରେ ଖବର ପହଞ୍ଚିଥିଲା। ଖବର ପାଇ ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନ,ଗାଙ୍ଗପୁର ଥାନା ଅଧିକାରୀ ବନବିହାରୀ ପ୍ରଧାନ ଏବଂ କନିଷ୍ଠ ଖଣି ଅଧିକାରୀଙ୍କ ସମେତ ବିଭାଗୀୟ କର୍ମଚାରୀମାନେ ମିଳିତ ଭାବେ ଘଟଣା ସ୍ଥଳରେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ସେଠାରେ ବେଆଇନ୍ ବାଲି ଗୋଦାମ ଥିବା ଜାଣିପାରି ତାହାକୁ ଜବତ କରିଥିଲେ। ଜବତ ବାଲିର ପରିମାଣ ପାଖାପାଖି ଦେଢ଼ ଲକ୍ଷରୁ ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହେବ ବୋଲି ବିଶେଷ ସୂତ୍ରରୁ ପ୍ରକାଶ।
Sign in
Sign in
Recover your password.
A password will be e-mailed to you.
Prev Post
ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ଵରୀୟ ବିଶ୍ଵ ବିଦ୍ୟାଳୟ ତରଫରୁ ହାପିନେସ୍ କୁ ହାଏ, ଟେନସନ୍ କୁ ବାଏ ବାଏ କାର୍ଯ୍ୟକ୍ରମ
Next Post