ଶିକ୍ଷକମାନଙ୍କ ପକ୍ଷରୁ ବିଶାଳ ସମାବେଶ ଜରିଆରେ ନବୀନଙ୍କୁ ସମ୍ବର୍ଦ୍ଧନା

0 1

ଭୁବନେଶ୍ୱର:  ନବୀନ ନିବାସ ସମ୍ମୁଖ ଏୟାରପୋର୍ଟ ରୋଡ଼ରେ ସବୁ ବର୍ଗର ଶିକ୍ଷକମାନଙ୍କର ଏକ ବିଶାଳ ସମାବେଶ ଅନୁଷ୍ଠିତ  ହୋଇଥିଲା । ଏହି ସମାବେଶରେ ସବୁ ବର୍ଗର ଶିକ୍ଷକମାନଙ୍କୁ ବିଭିନ୍ନ ସହାୟତା ପ୍ରଦାନ କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ମିଳିତ ଶିକ୍ଷକ ଅଧ୍ୟାପକ ମଞ୍ଚର ସଭାପତି ଶ୍ରୀ ଗୋଲକ ନାୟକ, ସାଧାରଣ ସଂପାଦକ ପବିତ୍ର ମହଲା, ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍‍ର ରାଜ୍ୟ ସଭାପତି ହୃଦାନନ୍ଦ ଦ୍ୱିବେଦୀ, ନୂତନ ପେନ୍‍ସନ୍‍ ଭୁକ୍ତ ସଂଗଠନର ରାଜ୍ୟ ସଭାପତି ଶ୍ରୀ ରାଜେଶ ମହାନ୍ତି ରାଜ୍ୟ ସରକାର ବ୍ଲକଗ୍ରାଣ୍ଟ ଉଚ୍ଛେଦ କରି ୪୪ ହଜାରରୁ ଉର୍ଧ୍ଵ  ଶିକ୍ଷକଙ୍କୁ ନିୟମିତ କରିବା, ଅଣ୍ଡରଟେକିଂ ଦେବାକୁ ଥିବା ସର୍ତ୍ତକୁ ପ୍ରତ୍ୟାହାର କରିବା, ୨୦୧୪ ମସିହାରୁ ପ୍ରଣୟନ ତ୍ରୁଟିପୂର୍ଣ୍ଣ କ୍ୟାଡର ରୁଲ୍‍କୁ ସଂଶୋଧନ କରି ଲକ୍ଷାଧିକ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସିଧାସଳଖ ଉପକୃତ ହେବା ସହ ଶିକ୍ଷା ଅଧିକାର ଆଇନ୍‍ ଅନୁଯାୟୀ ପଦୋନ୍ନତି ଏବଂ ଏଥିସହ ସଂଲଗ୍ନ ସମସ୍ତ ସୁବିଧା ସୁଯୋଗ ରାଜ୍ୟ ସରକାର ପ୍ରଦାନ କରିଥିବାରୁ ଶିକ୍ଷକମାନଙ୍କ ମଧ୍ୟରେ ଉତ୍ସାହ ଓ ଉଦ୍ଧୀପନା ସୃଷ୍ଟି ହୋଇଛି ବୋଲି ବକ୍ତାମାନେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ । ଶେଷରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିକ୍ଷକ ସମାଜକୁ ଶୁଭେଚ୍ଛା ଜଣାଇବା ସଂଗେ ସଂଗେ ଭଲ ପାଠ ପଢ଼ାଇ ଶିକ୍ଷାର ମାନ ଉନ୍ନତ କରିବାକୁ ପରାମର୍ଶ ଦେଇଥିଲେ । ସବୁ ବର୍ଗର ଶିକ୍ଷକମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

ଏହି ସମାବେଶରେ ମିଳିତ ଶିକ୍ଷକ ଅଧ୍ୟାପକ ମଞ୍ଚର ନେତା ତଥା ଓଷ୍ଟା ସଂପାଦକ ପ୍ରକାଶ ମହାନ୍ତି, ପ୍ରକାଶ ଜେନା, ନିଖିଳ ଉକ୍ରଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍‍ ମହାସଚିବ ଅମୀୟ କୁମାର ଦାସ, ରାଜେଶ ମହାନ୍ତି, ଖଗେନ୍ଦ୍ର ପାଲ୍‍, ଚାରୁଲତା ମହାପାତ୍ର, ବିକ୍ରମ ରଥ, ବିଜୟ କୁମାର ଜେନା, ରାଜଲକ୍ଷ୍ମୀ ମହାପାତ୍ର, ଶେଖ ଅବଦୁଲ ଖଲିକ୍‍, ସହସ୍ରାଂଶୁ ମହାନ୍ତି, ପବିତ୍ର ମୋହନ ଜେନା ପ୍ରମୁଖ ନେତୃମଣ୍ଡଳୀ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

 

 

Leave A Reply

Your email address will not be published.