ବିଜେପିର ଜିଲ୍ଲାସ୍ତରୀୟ ବିଜୟ ସଂକଳ୍ପ ସମାବେଶ ପାଇଁ ପ୍ରସ୍ତୁତି ବୈଠକ

0 1

 ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲାର ଦୁଇଟି ବିଧାନସଭା ନିର୍ବାଚନ ମଣ୍ଡଳୀ ସମେତ ଲୋକସଭା ଆସନରେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ଉଦ୍ଦେଶ୍ୟରେ ପାରଳାଖେମୁଣ୍ଡି ବିଜେପିର ଜିଲ୍ଲା ସ୍ତରୀୟ ବିଜୟ ସଂକଳ୍ପ ସମାବେଶ ପାଇଁ ପ୍ରସ୍ତୁତି ବୈଠକ କାର୍ଯ୍ୟକ୍ରମ ଠାରେ ବିଜେପି ପକ୍ଷରୁ ଦଳର ବିଜୟ ସଂକଳ୍ପ ସମାବେଶ ପାଇଁ ଏକ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପାରଳାଖେମୁଣ୍ଡି ସ୍ଥିତ ବଡରାଧାକାନ୍ତ ମଠ ପରିସରରେ  । ବିଜେପି ଜିଲ୍ଲା ସଭାପତି ଜି. ଭେଙ୍କଟ ରାବଣାଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର, ଲୋକସଭା ପ୍ରଭାରୀ  ପବିତ୍ର ଦାସ, ପୂର୍ବତନ ବିଧାୟକ ଭରତ ପାଇକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସିଦ୍ଧେଶ୍ୱର ମିଶ୍ର ଏବଂ ସାଧାରଣ ସମ୍ପାଦକ ଶ୍ରୀ ଜଗନ୍ନାଥ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ । ଆଲୋଚନା ମଧ୍ୟରେ ମୁଖ୍ୟତଃ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ବିଭିନ୍ନ ଲୋକାଭିମୁଖୀ ଶତାଧିକ ଯୋଜନା ଗୁଡିକ ବୁଥ୍‍ ସ୍ତରରେ ଲୋକଙ୍କ ନିକଟରେ କିଭଳି ପହଞ୍ଚାଇବାକୁ ହେବ, କେନ୍ଦ୍ର ଓ ରାଜ୍ୟରେ ବିଜୟ ହେବା ପାଇଁ କେଉଁ କେଉଁ ଦିଗ ପ୍ରତି ଅଧିକ ଧ୍ୟାନ ଦେଇ ଲୋକଙ୍କ ଠାରେ ପହଞ୍ଚିଲେ ସେମାନଙ୍କ ଆସ୍ଥା ଭାବନ ହୋଇପାରିବା, ସମସ୍ତ ଦଳୀୟ କର୍ମୀ ଓ ନେତା ଏକ ହୋଇ ରାଜ୍ୟର ନବୀନ ସରକାରକୁ ହଟାଇବାରେ କିଭଳି ସହାୟକ ହେବା ଏବଂ ସେଥିପାଇଁ ରାଜ୍ୟର ନବୀନ ସରକାର ଭ୍ରଷ୍ଟାଚାର ଓ ଦୂର୍ନିତି ସରକାର ବୋଲି କହି କେନ୍ଦ୍ରର ନରେନ୍ଦ୍ରମୋଦି ସରକାରଙ୍କ ଜନପ୍ରିୟ ଯୋଜନା ଓ ସୁବାର୍ତ୍ତା ଗୁଡିକ ନେଇ ବୁଥ୍‍ ସ୍ତରରେ ପ୍ରତ୍ୟେକ ଭୋଟରଙ୍କ ଠାରେ କିଭଳି ପହଞ୍ଚିବା ସେ ସବୁ ଉପରେ ଉପସ୍ଥିତ ଦଳୀୟ କର୍ମୀ ଓ ନେତା ମାନଙ୍କୁ କୁହାଯାଇଥିଲା । ଏବଂ ଏଥି ନେଇ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ନେଇ ସଂକଳ୍ପ ନେଇଥିଲେ ।

 ସାମ୍ୱାଦିକ ମାନଙ୍କୁ ଅଧିକ ସୂଚନା ଦେଇ ରାଜ୍ୟ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର କହିଥିଲେଯେ ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ମୁଖ୍ୟତଃ କେନ୍ଦ୍ରର ନରେନ୍ଦ୍ରମୋଦି ସରକାରଙ୍କ ଲୋକାଭିମୁଖୀ ଯୋଜନା ଓ ରାଜ୍ୟର ଭ୍ରଷ୍ଟାଚାର ଓ ଦୁର୍ନୀତି ସରକାରଙ୍କ କାରନାମା ନେଇ ବିଜେପି ଲୋକଙ୍କ ପାଖକୁ ବୁଥ ସ୍ତରରେ ଯାଇ ପ୍ରଚାର କରିବ । ସମସ୍ତ ଦଳୀୟ କର୍ମୀ ଓ ନେତା ଏକଜୁଟ୍‍ ହୋଇ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସଂକଳ୍ପ ନେଇସାରିଛନ୍ତିବିଜୟ ଯାତ୍ରା ଅଭିଯାନରେ ବାହାରିବା ପାଇଁ । ଏହା ଭୋଟ ସରିବା ଶେଷ ପର୍ଯ୍ୟନ୍ତ ଅହରହ କାମ କରିବେ ଏକ ମନରେ  । ୨୦୧୯ରେ ଦେଶରେ ଓ ରାଜ୍ୟରେ ସରକାର ଗଢିବାରେ ନିଷ୍ପତି ନେଇଛନ୍ତି ତେଣୁ ପ୍ରଚାର ଅଭିଯାନ ଯାତ୍ରାରେ କେଉଁ ଦିଗ ଗୁଡିକ ପ୍ରତି ଅଧିକ ଧ୍ୟାନ ଦେଇ ପ୍ରଚାର କିଭଳି ହେବ , ଲୋକ ଠାରେ କିଭଳି ବାର୍ତ୍ତା ଓ ଆଞ୍ଚଳିକ  ସମସ୍ୟା ନେଇ ପହଞ୍ଚାଇବା ପରେ ସେମାନଙ୍କ ଆସ୍ଥାଭାଜନ ହୋଇ କାମ କରିବାକୁ ହେବ ତାହା ଆଗାମୀ ସାଧାରଣ ନିର୍ବାଚନ ଆମର ମୁଖ୍ୟ ଅଭିଯାନ ଯାତ୍ରାର ଉଦ୍ଦେଶ୍ୟ ହେବ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହିଳାମୋର୍ଚ୍ଚା ସଭାନେତ୍ରୀ ସୁପ୍ରଭା ମଣ୍ଡଳ, ଅରୁଣିମା ସାହୁ, ଲୋକସଭା ମଣ୍ଡଳ, ପର୍ଶୁରାମ ବିଶୋଇ, ବିଜେପି ଉପସଭାପତି ଅରୁଣ ପଟ୍ଟନାୟକଙ୍କ ସମେତ ସମସ୍ତ ମଣ୍ଡଳ ଓ କାର୍ଯ୍ୟକାରିଣୀ , ଯୁବମୋର୍ଚ୍ଚା ଓ କୃଷକ ମୋର୍ଚ୍ଚା ପ୍ରମୁଖର କର୍ମକର୍ତ୍ତାମାନେ ଶତାଧିକ ସଂଖ୍ୟାରେ ଯୋଗ ଦେଇଥିଲେ ।

 

Leave A Reply

Your email address will not be published.