ବାହୁଡ଼ିବ କେବେ ଆମ ଅନ୍ଧର ଲଉଡ଼ି !!!!

0

ତିର୍ତ୍ତୋଲ (ତରଜଙ୍ଗା) ଯୁବକ ହାଇଦ୍ରାବାଦରେ ନିଖୋଜ

ଏକମାତ୍ର ପୁଅର ଫେରିବା ବାଟକୁ ଚାହିଁ ରହିଛି ପିତା

ତିର୍ତ୍ତୋଲ/ପାରାଦ୍ବୀପ:ରମେଶ ମହାନ୍ତି -ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ତରଜଙ୍ଗା ପଞ୍ଚାୟତ ବଫାପୁର ଗ୍ରାମର ମୁରଲୀଧର ସାହୁଙ୍କର ଏକମାତ୍ର ପୁତ୍ର ବିଶ୍ୱଜିତ ସାହୁ(ହାପିନା)ଗତ ଡିସେମ୍ବର ମାସରେ ହାଇଦ୍ରାବାଦରେ ଚାକିରୀ କରିବାକୁ ଯାଇ ନିଖୋଜ ହୋଇଯାଇଥିଲେ।ଏ ନେଇ ଥାନାରେ ଅଭିଯୋଗ ହୋଇଥଲେ ସୁଦ୍ଧା ପୋଲିସ୍ ଆଜି ପର୍ଯ୍ୟନ୍ତ କୌଣସି ସନ୍ଧାନ ପାଇପାରିନାହିଁ।ସୂଚନାନୁଯାୟୀ ବାଲିପାଟଣା (ବଫାପୁର)ଗ୍ରାମର ୧୮ବର୍ଷର ହାପିନା ଗତ ଡିସେମ୍ବର ୩୧ତାରିଖରେ ହାଇଦ୍ରାବାଦର ଇଲୁର ଅଞ୍ଚଳକୁ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରିବାପାଇଁ ଭିଣୋଇ ବେନୁ ଚରଣ ବେହେରାଙ୍କ ନିକଟକୁ ଯାଇଥିଲେ।ସେଠାରେ ଏକ ଘରୋଇ କମ୍ପାନୀରେ ୮ଦିନ କାମକରିବା ପରେ଼ ହାପିନା କେଉଁ ଆଡେ ଚାଲିଯାଇଥିବା ଖବର ଭିଣୋଇ ବେନୁ ଚରଣ ବେହେରା ହାପିନାଙ୍କ ଘରକୁ ଖବର ଦେଇଥିଲେ।ବହୁ ଖୋଜାଖୋଜି କରିବା ପରେ ହାପିନାର କୌଣସି ସନ୍ଧାନ ନମିଳିବାରୁ ଶେଷରେ ଜାନୁଆରୀ ପହିଲାରେ ଇଲୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ।ପରେ ହାପିନାଙ୍କ ବଡବାପା ମଦନ ସାହୁ ତିର୍ତ୍ତୋଲ ଥାନାରେ ମଧ୍ୟ ଲିଖିତ ଅଭିଯୋଗ କରିଛନ୍ତି।ତାଙ୍କର ଏକମାତ୍ର ପୁତ୍ର ନିଖୋଜ ହୋଇଯିବା ପରେ ପରିବାର ଲୋକେ ଏକ ରକମ ମାନସିକ ସ୍ତରରେ ଭାଙ୍ଗି ପଡିଛନ୍ତି।ପୋଲିସ୍ ର କାର୍ଯ୍ୟରେ ଶିଥିଳତା ଯୋଗୁଁ ହାପିନାର କୌଣସି ସନ୍ଧାନ ମିଳିପାରୁ ନାହିଁ ବୋଲି ବଡବାପା ମଦନ ସାହୁ ପ୍ରକାଶ କରିଛନ୍ତି।ଅନ୍ୟପକ୍ଷରେ ଏକମାତ୍ର ପୁଅର ଫେରିବା ବାଟକୁ ଚାହିଁ ରହିଛନ୍ତି ପରିବାର ଲୋକେ।

 

Leave A Reply

Your email address will not be published.