ନବରଙ୍ଗପୁର: ଜିଲ୍ଲାପାଳ ଡ଼କ୍ଟର ମହେଶ୍ୱର ସ୍ୱାଇଁ ଙ୍କ ତଥା ଅବକାରୀ ଅଧିକ୍ଷକ ପ୍ରତାପ କୁମାର ଦାସ ଙ୍କ ନିର୍ଦେଶ କ୍ରମେ, ଅବକାରୀ ନିରୀକ୍ଷକ ଦିଲ୍ଲୀପ କୁମାର ରଥ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ, ନବରଙ୍ଗପୁର ଥାନା ଅର୍ନ୍ତଗତ, ଘର ମୁଣ୍ଡା ପୋଖରୀ ନିକଟରେ, ଗାନ୍ଧୀ ନଗର ଠାରୁ ପୁରୁଣା ବଜ଼ାର ରାସ୍ତାରେ, ଅବକାରୀ ପେଟ୍ରୋଲିଙ୍ଗ କରୁଥିବା ସମୟରେ, ଦୁଇଜଣ ଆସାମୀ ଗୋଟିଏ ମୋଟର ସାଇକେଲ ରେ,ଧର୍ମେନ୍ଦ୍ର ସିଂ ରାଜ କୁମାର ସାହା, ତିନି ଗୋଟି ଜରି ବସ୍ଥାରେ ପ୍ରତ୍ୟକ ରେ 30 ଲିଟର ବାହାର ଭାଟି ମଦ ଥାଇ ମୋଟ 90(ନବେ )ଲିଟର ବାହାର ଭାଟି ମଦ ଆସାମୀ ଦୁଇ ଜଣ ଙ୍କ ନିକଟରୁ ଜବତ କରାଯାଇଛି .
ଆସାମୀ ଦୁଇ ଜଣଙ୍କୁ ମାନ୍ୟବର SDJM ଙ୍କ ଅଦାଲତରେ ହାଜର କରାଗଲା, PR No- 37/2026-27 of Inspetor of Excise, Nabarangpur, Range ରେ ମକଦମା ରୁଜୁ କରାଯାଇଛି, ଏହି ଚଢାଉ ରେ ରିସୀମା କୁମାରୀ ସୁନା ଓ ଆକ୍ରମ ଖାନ ସହଯୋଗ କରି ଥିଲେ ବୋଲି ସୂଚନା ମିଳିଛି
Sign in
Sign in
Recover your password.
A password will be e-mailed to you.