ଜି.ଉଦୟଗିରି, ୨୯/୦୬(ଅବନୀ କୁମାର ପ୍ରଧାନ) କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଏନଏସି ୪ ନମ୍ବର ୱାର୍ଡ଼ ଅନ୍ତର୍ଗତ ବହୁ ପୁରାତନ ବଜାର ବନ୍ଧ ପୁନଃରୁଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ବନ୍ଧ ହୁଡ଼ା ରେ ଥିବା ଘର ଉଚ୍ଛେଦ କରାଯାଇଥିବା ଦେଖିବାକୁ ମିଳିଛି | ପ୍ରାୟ ୩ ବର୍ଷ ହେବ ବନ୍ଧ ପୁନଃରୁଦ୍ଧାର ନିମନ୍ତେ ଗ୍ରାମବାସୀ ଙ୍କ ତରଫରୁ ପରିଷଦ ଅଧ୍ୟକ୍ଷା ସୁଶ୍ରୀ ଦେବସ୍ମିତା ଶତପଥୀ ଙ୍କୁ ଦାବି କରାଯାଇଥିଲା | ପରିଷଦ ଅଧ୍ୟକ୍ଷା ଙ୍କ ତତ୍ୱାବଧାନ ରେ ବନ୍ଧ ପୁନଃରୁଦ୍ଧାର ନିମନ୍ତେ ପ୍ରସ୍ତୁତ ଡିପିଆର ଉପରିସ୍ଥ ବିଭାଗ ର ଅନୁମୋଦନ ପରେ ଆବଶ୍ୟକ ଅର୍ଥ ମଞ୍ଜୁରୀ ହୋଇଥିଲା | କିଛି ଦିନ ପୂର୍ବରୁ ଉକ୍ତ ବନ୍ଧ ପୁନଃରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା କିନ୍ତୁ ବନ୍ଧ ହୁଡ଼ା ର କିଛି ଜାଗା ରେ ଘର ଥିଲା ଯାହାକୁ ଉଛେଦ କରାଯିବା ନିମନ୍ତେ ଉକ୍ତ ଘର ମାଲିକ ଙ୍କୁ କାର୍ଯ୍ୟାଳୟ ତରଫରୁ ନୋଟିସ କରାଯାଇଥିଲା | ସୋମବାର ଦିନ ବୁଲଡ୍ରୋଜର ଦ୍ୱାରା ଉଚ୍ଛେଦ କାର୍ଯ୍ୟ ଚାଲିଥିବା ବେଳେ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର, ଅତିରିକ୍ତ ତହସିଲଦାର ଦେବାଶିଷ ଜେନା ପୋଲିସ ଅଧିକାରୀ ପ୍ରଦୀପ ରାଉଳ, ରୂପକ ଦଳେଇ, ଏଏସଆଇ ବଣ୍ଟି ଦଣ୍ଡିଆ ଙ୍କ ସହ ପୋଲିସ ବାହିନୀ ଉପସ୍ଥିତ ଥିଲେ |
Sign in
Sign in
Recover your password.
A password will be e-mailed to you.