ଝାରସୁଗୁଡ଼ା:,ସ୍ଥାନୀୟ ସରବାହାଲସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ମହୋତ୍ସବ ଅତ୍ୟନ୍ତ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ଜ୍ୟେଷ୍ଠ ଶୁକ୍ଳ ପୂର୍ଣ୍ଣିମା ତିଥି ଅବସରରେ ଆଜି ସୋମବାର ସକାଳ ୯ ଘଟିକା ସମୟରେ ଶ୍ରୀଜୀଉମାନଙ୍କର ପବିତ୍ର ପୂଜାର୍ଚ୍ଚନା ଏବଂ ମହାସ୍ନାନ ନୀତି ସମ୍ପନ୍ନ ହୋଇଥିଲା।
ଏହି ସାଂସ୍କୃତିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ମୁଖ୍ୟ କର୍ତ୍ତା ଭାବେ ରାଜେଶ ପାଢ଼ୀ ଦାୟିତ୍ୱ ନିର୍ବାହ କରିଥିବା ବେଳେ ମୁଖ୍ୟ ପୂଜକ ପଣ୍ଡିତ ଅଜୟ ମିଶ୍ରଙ୍କ ସଂଯୋଜନାରେ ସମସ୍ତ ପୂଜା ନୀତିକାନ୍ତି ସୁଚାରୁରୂପେ ପରିଚାଳିତ ହୋଇଥିଲା।
ମନ୍ଦିର କମିଟି ସଭାପତି ହୃଷିକେଶ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଉତ୍ସବରେ କମିଟିର ସଭ୍ୟ ବାସୁଦେବ ମିଶ୍ର, ରବୀନ୍ଦ୍ର ଦୀକ୍ଷିତ, ସରୋଜ ପାଢ଼ୀ, ଗଙ୍ଗା ମିଶ୍ର, କିଶୋର ପାଢ଼ୀ , ପିଣ୍ଟୁ ପାଢ଼ୀ ଏବଂ ସରୋଜ ମିଶ୍ରଙ୍କ ସମେତ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଉପସ୍ଥିତ ରହି ମହାପ୍ରଭୁଙ୍କ ଏହି ଦେବସ୍ନାନ ନୀତିର ଦର୍ଶନ କରି ସାୟୁଜ୍ୟ ଲାଭ କରିଥିଲେ। ସ୍ନାନ ପୂର୍ଣ୍ଣିମା ଅବସରରେ ମନ୍ଦିର ପରିସର ହରିବୋଲ ଓ ହୁଳହୁଳି ଧ୍ୱନିରେ ପ୍ରକମ୍ପିତ ହୋଇଉଠିଥିଲା।
Sign in
Sign in
Recover your password.
A password will be e-mailed to you.