୨୦ ତମ ଜାତୀୟ ପରିସଂଖ୍ୟାନ ଦିବସ: ରାଷ୍ଟ୍ର ଗଠନ ପାଇଁ ତଥ୍ୟ ଆଧାରିତ ନିର୍ଣ୍ଣୟର ଆବଶ୍ୟକତା : ଉନ୍ନତ ପରିସଂଖ୍ୟାନ ହିଁ ସମୃଦ୍ଧ ଭାରତର ଆଧାର

0

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ଗଜପତି ଜିଲ୍ଲା ମୁଖ୍ୟାଳୟ ପାରଳାଖେମୁଣ୍ଡିରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ୨୦ ତମ ଜାତୀୟ ପରିସଂଖ୍ୟାନ ଦିବସ ପାଳିତ ହୋଇଯାଇଛି।
ଭାରତରେ ଆଧୁନିକ ପରିସଂଖ୍ୟାନ ପ୍ରଣାଳୀ ଏବଂ ଅର୍ଥନୈତିକ ଯୋଜନାର ଅଗ୍ରଦୂତ ପ୍ରଫେସର ପି. ସି. ମହଲାନୋବିସଙ୍କ ଜନ୍ମ ଜୟନ୍ତୀ ସ୍ମୃତିଚାରଣ ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମଟି ଆୟୋଜିତ ହୋଇଛି। ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟ ଦ୍ୱାରା କାର୍ଯ୍ୟକ୍ରମର ସୁନ୍ଦର ଆୟୋଜନ କରାଯାଇଥିଲା। ଜିଲ୍ଲାରେ ଚାଲିଥିବା ବିଭିନ୍ନ କୃଷି ଓ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଗୁଡିକରେ ଯୋଜନା ଓ ପର୍ଯ୍ୟେକ୍ଷଣ କାର୍ଯ୍ୟାଳୟର ଭୂମିକା ପାୱାର ପଏଣ୍ଟ ମାଧ୍ୟମରେ ଉପସ୍ଥାପନା କରାଯାଇଥିଲା।
ମଞ୍ଚ ଉପରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଫାଲଗୁନି ମାଝୀ , ପ୍ରକଳ୍ପ ନିର୍ଦ୍ଦେଶକ ଆଦିବାସୀ ଉନ୍ନୟନ ବିଭାଗ ଶ୍ରୀ ଅଂଶୁମାନ ମହାପାତ୍ର , ଅର୍ଥଶାସ୍ତ୍ର ଅଧ୍ୟାପକ ଶ୍ରୀ ପ୍ରିୟବ୍ରତ ଶତପଥୀ ଓ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟ ଉପ ନିର୍ଦ୍ଦେଶକ ଶ୍ରୀ ପ୍ରକାଶ ରାଉତ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କାର୍ଯକ୍ରମରେ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀ , ବୁଦ୍ଧିଜୀବୀ , ଗଣମାଧ୍ୟମ ପ୍ରିତିନିଧି ଓ ବିଦ୍ୟାର୍ଥୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ମାଧ୍ୟମରେ ସୁଚିନ୍ତିତ ନିର୍ଣ୍ଣୟ ପାଇଁ ସଠିକ୍ ତଥ୍ୟ ଏବଂ ପ୍ରଗତିଶୀଳ ରାଷ୍ଟ୍ର ପାଇଁ ଉନ୍ନତ ପରିସଂଖ୍ୟାନର ଆହ୍ୱାନ ଦିଆଗଲା।

Leave A Reply

Your email address will not be published.