କୁଚିଣ୍ଡା,୨୮|୬(ଅଜୟ କୁମାର ବାଘ) : କୁଚିଣ୍ଡା ସ୍ଥିତ ଆଦିବାସୀ ଭବନ ପରିସରରେ ଆଜି ଆମ ଆଦମୀ ପାର୍ଟି (ଆପ୍) ପକ୍ଷରୁ କୁଚିଣ୍ଡା ବିଧାନସଭା ସ୍ତରୀୟ ଓ ପଞ୍ଚାୟତ ସ୍ତରୀୟ ନିର୍ବାଚନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ସାଙ୍ଗଠନିକ କାର୍ଯ୍ୟକ୍ରମ ଓ ଜନସମ୍ପର୍କ ଅଭିଯାନକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଏହି ବୈଠକ ଆୟୋଜିତ ହୋଇଥିଲା। ବୈଠକରେ ଆମ ଆଦମୀ ପାର୍ଟି ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ସୁନୀଲ କୁମାର ଲୋହିଆ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ ଲୋକସଭା ସଭାପତି ଲାଲମଣି ଲୁଗୁନ ଯୋଗଦେଇ ସଂଗଠନକୁ ତୃଣମୂଳ ସ୍ତରରେ ଆହୁରି ମଜବୁତ କରିବା ସହ ଲୋକଙ୍କ ସମସ୍ୟା ପ୍ରତି ସଚେତନ ରହି କାର୍ଯ୍ୟ କରିବାକୁ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ। ସଂଯୋଜକ ପଙ୍କଜ ନାୟକ, କୁଚିଣ୍ଡା ବ୍ଲକ ଟାଉନ ସଭାପତି ସଞ୍ଜୟ କିସାନ ଯୋଗଦେଇ ଦଳର ନୀତି ଓ ଆଗାମୀ ପଞ୍ଚାୟତ ସ୍ତରୀୟ ନିର୍ବାଚନ ସମ୍ପର୍କରେ ମତ ରଖିଥିଲେ। ଆପ୍ କୁଚିଣ୍ଡା ସଂଯୋଜକ ଲିଙ୍କନ କୁମାର କିଣ୍ଡୋ ବୈଠକରେ ସଭାପତିତ୍ୱ କରିଥିଲେ। କୁଚିଣ୍ଡା ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତରୁ ଶତାଧିକ କାର୍ଯ୍ୟକର୍ତ୍ତା ଯୋଗଦେଇ ସାଙ୍ଗଠନିକ ସୁଦୃଢ଼ତା, ଜନସମସ୍ୟାର ସମାଧାନ ଏବଂ ଦଳୀୟ କାର୍ଯ୍ୟକ୍ରମକୁ ଗାଁ ଗାଁରେ ପହଞ୍ଚାଇବା ନେଇ ଆଲୋଚନା କରିଥିଲେ। ବୈଠକ ଶେଷରେ ଆଗାମୀ ଦିନରେ ଦଳୀୟ କାର୍ଯ୍ୟକଳାପକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ସମସ୍ତ କର୍ମୀ ସଂକଳ୍ପବଦ୍ଧ ହୋଇଥିଲେ।
Sign in
Sign in
Recover your password.
A password will be e-mailed to you.