ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ନିଶା ନିବାରଣ ଓ ଅନୈତିକ ଚାଲାଣ ନିରୋଧ ଦିବସ ପାଳନ ୨୦୨୬,

0

 ନବରଙ୍ଗପୁର ୨୬.୬.୨୦୨୬:ନବରଙ୍ଗପୁର ଜିଲ୍ଲାରେ ଆନ୍ତର୍ଜାତିକ ନିଶା ନିବାରଣ ଓ ଅନୈତିକ ଚାଲାଣ ନିରୋଧ ଦିବସ ୨୦୨୬ ପାଳନ ହୋଇ ଯାଇଛି। ଜିଲ୍ଲା ଅବକାରୀ ବିଭାଗ ଏବଂ  ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ର ମିଳିତ ଆନୁକୂଲ୍ୟରେ  ସକାଳ ୮.୩୦ ରେ ଏକ  ସଚେତନତା ଶୋଭାଯାତ୍ରା  ଗାନ୍ଧୀ ଛକ  ଠାରୁ ଆରମ୍ଭ ହୋଇ  ସାଈ କଲ୍ୟାଣ ମଣ୍ଡପ ଯାଏଁ,  ବିଭିନ୍ନ ନିଶା ନିବାରଣ ବାର୍ତ୍ତା ଦେଇ ଯାଇଥିଲା।ଏହି ସଚେତନତା ଯାତ୍ରାକୁ ପୌରପାଳିକା ଅଧ୍ୟକ୍ଷ  କୁନୁ ନାୟକ  ,ଜିଲ୍ଲା ସାମାଜିକ ସୁରକ୍ଷ।ଅଧିକାରୀ ସୁଧାଂଶୁ କୁମାର ପାତ୍ର , ଅବକାରୀ ଅଧୀକ୍ଷକ  ପ୍ରତାପ କୁମାର ଦାସ ଉପସ୍ଥିତ  ରହି ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।   ଏହି ଅବସରରେ ସ୍ଥାନୀୟ ସାଇ କଲ୍ୟାଣ ମଣ୍ଡପ ଠାରେ ସଚେତନତା ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକ ରେ ମୁଖ୍ୟ ଅତିଥି ପୌରପାଳିକା ଅଧ୍ୟକ୍ଷ ଯୁକ୍ତ କୁନୁ ନାୟକ  ,ମୁଖ୍ୟ ବକ୍ତା ରୂପରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ,ସମ୍ମାନିତ ଅତିଥି ଭାବେ ବ୍ରହ୍ମା କୁମାରୀ ଇଶ୍ୱରିୟ ବିଶ୍ଵବିଦ୍ୟାଳୟ ର ମୁଖ୍ୟ ସଂଚାଳିକା ବି କେ ନମିତା , ଆକାଶ ସଂସ୍ଥା ରୁ ମହମ୍ମଦ ହବିବ , ଜିଲ୍ଳା ସମାଜ କଲ୍ୟାଣ ଅଧିକାରୀ  ଦ୍ରୌପଦୀ କହଁର, ବରିଷ୍ଠ ନାଗରିକ ତଥା ମାରାଥନ୍ ଦୌଡବିତ   ଚିତ୍ତରଞ୍ଜନ ପାତ୍ର ମଞ୍ଚାସିନ  ହୋଇ ନିଶା ନିବାରଣ ଉପରେ ବକ୍ତବ୍ୟ ରଖିଥିଲେ।  ନିଶା ଏକ ସାମାଜିକ ବ୍ୟାଧି ରୂପରେ ଉଗ୍ର ରୂପ ଧାରଣ କରିଛି ବୋଲି ସମସ୍ତେ ମତ ରଖିଥିଲେ।   ଯୁବ ବର୍ଗ ଠାରୁ ପିଲା ଯାଏଁ ସମସ୍ତେ  ନୂଆଁ ନିଶା ମୋବାଇଲ ନିଶା ରେ କବଳିତ ହୋଇ ସାରିଲେଣି ବୋଲି ସମସ୍ତେ ଚିନ୍ତା ବ୍ୟକ୍ତ କରିଥିଲେ । ବୈଠକ ପ୍ରାରମ୍ଭ ରେ ନବରଙ୍ଗପୁର ଜିଲ୍ଲାର ପ୍ରୀତି କିନ୍ନର ଏକ ସୁନ୍ଦର ଗୀତ ପରିବେଷଣ କରି ସମସ୍ତଙ୍କୁ ମନମୁଗ୍ଧ କରିଥିଲେ। ଜିଲ୍ଳା କିନ୍ନର ସଂଘର ସମ୍ପାଦିକା ଚୁମୁକି କିନ୍ନର ନିଶାର ଅପବ୍ୟବହାର ଓ ଏହାର ନିରାକରଣ ନିମନ୍ତେ ସମସ୍ତେ ଚେଷ୍ଟିତ ହେବା ଉଚିତ୍ କହି ବକ୍ତବ୍ୟ ରଖିଥିଲେ । ଏତଦ ସହ ସଚେତନତା  ନିମନ୍ତେ ଦସ୍ତଖତ ଅଭିଯାନ କରାଯାଇଥିଲା। ଏହି ଅବସରରେ ଅନୁଷ୍ଠିତ ହୋଇଥିବା ଚିତ୍ରାଙ୍କନ,ବକୃତା, ଓ ରଚନା ପ୍ରତିଯୋଗିତାରେ କୃତିତ୍ଵ ଲାଭ କରିଥିବା ଛାତ୍ରଛାତ୍ରୀ ଙ୍କୁ ଜିଲ୍ଳା ପ୍ରଶାସନ ତରଫରୁ  ପୁରସ୍କାର ତଥା ପ୍ରମାଣ ପତ୍ର ଦେଇ ସମ୍ମାନିତ କରା ଯାଇଥିଲା। ଆଶା କିରଣ ଅଧ୍ୟକ୍ଷ ତଥା ନାଟ୍ୟକାର  ଜଗନ୍ନାଥ ବେହେରା ସଭାକାର୍ଯ୍ୟ ପରିଚାଲନା  କରିଥିଲେ। ଏଥିରେ ଜିଲ୍ଲା ସାମାଜିକ ବିଭାଗ ରୁ ଧନଞ୍ଜୟ ରାଓ,ବୃନ୍ଦାବନ ବେବର୍ତ୍ତା,ଶକୁନ୍ତଳା ଭତ୍ରା  ମିଥୁନ ତ୍ରିପାଠୀ,  ମନୀଷା ରଥ ସୌମ୍ୟରଞ୍ଜନ ନାୟକ, ସାଗରିକା ମହଙ୍କୁଡ,ଲିପ୍ସା ପଣ୍ଡା ସାନୁ,ପୀତବାସ , , ଭି, ପବନ କୁମାର ସହିତ ଅବକାରୀ ବିଭାଗ ରୁ ଦିଲୀପ ରଥ, ରଞ୍ଜୁଲତା,ବୃନ୍ଦାବନ,ବିଂଗରାଜ ,ସମୀର ସ୍ୱାଇଁ,ସମୀର  କୌଶଲ୍ୟ, ତ୍ରୀଲୋଚନ ଭତ୍ରା ,ସୁନିଲ ଦାସ ଯୋଗ ଦେଇ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ। ଜିଲ୍ଲାର ବିଭିନ୍ନ ବିଦ୍ୟାଲୟ ଛାତ୍ର ଛାତ୍ରୀ ,ଅଙ୍ଗନୱାଡ଼ି ,ଆଶା କର୍ମୀ ,ପୋଲିସ ବିଭାଗ ,ଅବକାରୀ ବିଭାଗ ,ସାମାଜିକ ସୁରକ୍ଷା ବିଭାଗ ସହିତ ଜନସାଧାରଣ ଯୋଗଦାନ କରିଥିଲେ। ନିଶା ନିବାରଣ ଉପରେ ଶପଥ ପାଠ କରାଯାଇଥିଲା ।  ପରିଶେଷରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର ସମସ୍ତଙ୍କୁ ନିଶା ଠାରୁ ଦୂରରେ ରହିବା ସହ ନିଜ ପରିବାର ଓ ସମାଜକୁ ନିଶା ରୁ ମୁକ୍ତ  କରିବାକୁ ପ୍ରଚେଷ୍ଟା ସକାଶେ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ।

Leave A Reply

Your email address will not be published.