ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ବରିଷ୍ଠ କ୍ରୀଡାବିତ୍ କିଶୋର ଚନ୍ଦ୍ର ରଥ ବିଶ୍ୱ ମାଷ୍ଟର ଆଥଲେଟିକ୍ସରେ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ୬୦ରୁ ଉର୍ଦ୍ଧ୍ବ ବୟସରେ ମଧ୍ଯ ସେ ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଭାଗନେଇ ବହୁବାର ପଦକ ହାସଲ କରିଛନ୍ତି।
ନିକଟରେ ଜାତୀୟ ଆଥଲେଟିକ୍ସ ତରଫରୁ ତାଙ୍କୁ ଆସନ୍ତା ୨୦୨୭ ମଇ ୧୩ ତାରିଖ ରୁ ୩୦ ତାରିଖ ପର୍ଯ୍ୟନ୍ତ ଜାପାନର କାଂସାଇରେ ହେବାକୁଥିବା ବିଶ୍ୱ ମାଷ୍ଟର୍ସ ପ୍ରତିଯୋଗିତାରେ ଭାଗ ନେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେ ନିୟମିତ ଖେଳକୁଦ ଅଭ୍ଯାସ ଜାରୀ ରଖି ନିଜକୁ ଫିଟ୍ ରଖିଛନ୍ତି। ତାଙ୍କର ଏହି ବିରଳ ପ୍ରତିଭା ପାଇଁ ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ , ବୁଦ୍ଧିଜୀବୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ବିନୋଦ ଚନ୍ଦ୍ର ଜେନା , ଭାରତ ଭୂଷଣ ମହାନ୍ତି , ବିଚିତ୍ରାନନ୍ଦ ବେବର୍ତ୍ତା , ଭାଗବତ ପାଢୀ ତଥା ଗଜପତି ଜିଲ୍ଲା ସାମ୍ୱାଦିକ ସଂଘର ସମସ୍ତ ସଭ୍ଯ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି। ବିଶ୍ୱ ପ୍ରତିଯୋଗିତାରେ ଆହୁରି ପଦକ ଲାଭ କରି ଗଜପତି ଜିଲ୍ଲାର ଗୌରବ ଅକ୍ଷୁର୍ଣ୍ଣ ରଖିବାକୁ ପରାମର୍ଶ ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post