ଓଃ….ଅଘଟଣ : ଇଡକଲ ଡମ୍ପିଂୟାର୍ଡ଼ରେ  ପୋତି ହୋଇ ବୃଦ୍ଧଙ୍କ  ଶୋଚନୀୟ ମୃତ୍ୟୁ

0

ବଡ଼ବିଲ(ଚିତ୍ତରଞ୍ଜନ କର) : ବଡ଼ବିଲ ସ୍ଥିତ ଇଡକଲର କଳିଙ୍ଗ ଆଇରନ ୱାର୍କସ କାରଖାନାର ଡ଼ମ୍ପିଂ ୱାର୍ଡରେ କୋଇଲା ସଂଗ୍ରହ କରୁଥିବା ସମୟରେ ଅତଡା ଖସିବାରୁ ପୋତି ହୋଇ ସ୍ଥାନୀୟ ତପନ ହଟିଂର ରଘୁନାଥ ଦାସଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ଘଟଣାରୁ ପ୍ରକାଶ ଯେ ଏହି ଡ଼ମ୍ପିଂ ୱାର୍ଡରୁ ସ୍ଥାନୀୟ ଲୋକ ଜାଳେଣି କୋଇଲା ସଂଗ୍ରହ କରିଥାନ୍ତି। ଆଜି ରଘୁନାଥ ଓ କିଛି ସ୍ଥାନୀୟ ପୁରୁଷ ଓ ମହିଳା ଜାଳେଣି କୋଇଲା ସଂଗ୍ରହ କରୁଥିବା ସମୟରେ ହଠାତ ରଘୁନାଥଙ୍କ ଉପରେ ଅତଡା ଖସିବାରୁ ସେ ପୋତି ହୋଇପଡିଥିଲେ। ଉପସ୍ଥିତ ଲୋକ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟାକରି ବିଫଳ ହେବାରୁ ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀ ଏକ ପୋକଲେନ ମେସିନ ସାହାଯ୍ୟରେ ଖୋଳି ରଘୁନାଥଙ୍କୁ ଉଦ୍ଧାର କରିଥିଲେ। ତାଙ୍କୁ ବଡ଼ବିଲ ସରକାରୀ ଡାକ୍ତରଖାନାକୁ ନିଆ ଯାଇଥିଲେ ହେଁ ଡାକ୍ରର ତାଙ୍କୁ ମୃତ ଘୋଷିତ କରିଥିଲେ। ଏପରି ଘଟଣା ବାରମ୍ବାର ଘଟୁଥିବା ସତ୍ତ୍ୱେ କମ୍ପାନୀ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଉ ନଥିବା ଅଭିଯୋଗ ହୋଇଛି।

 

Leave A Reply

Your email address will not be published.