ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ୟୁ-ଟେକ୍ କମ୍ପ୍ୟୁଟର ଅନୁଷ୍ଠାନରେ ଅଗ୍ରଣୀ ପ୍ରଗତି ମହିଳା ଅନୁଷ୍ଠାନ ତରଫରୁ “ପିତୃ ଦିବସ” ପାଳନ କରାଯାଇଛି।
ଉକ୍ତ ଅନୁଷ୍ଠାନର ସମ୍ପାଦିକା ତନୁଜା ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାବେଶରେ ଗଜପତି ଜିଲ୍ଲା ପରିଷଦର ମୁଖ୍ଯ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଦୟାମୟ ପାଢୀ ମୁଖ୍ଯ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି (ସ୍ୱୟଂଶାସିତ) ମହାବିଦ୍ୟାଳୟର ଇଂରାଜୀ ବିଭାଗର ମୁଖ୍ଯ କୋମଲ ଶିଖା ମଲ୍ଲିକ ମୁଖ୍ଯ ବକ୍ତା , ଅଧିବକ୍ତା ଇତିଶ୍ରୀ ମହାପାତ୍ର ସମ୍ମାନିତ ବକ୍ତା , ସମାଜସେବୀ ଭାଗବତ ପାଢ଼ୀ , ପୂର୍ବତନ ବ୍ୟାଙ୍କ ଅଧିକାରୀ ହରିମୋହନ ପଟ୍ଟନାୟକ ଏବଂ ଅନୁଷ୍ଠାନର ସଭାପତି ଲୋକନାଥ ମିଶ୍ର ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ।
ବକ୍ତାମାନେ ପିତୃ ଦିବସର ତାତ୍ପର୍ଯ୍ୟ , ବାପା ହିସାବରେ ପରିବାରରେ ଶୃଙ୍ଖଳା ଶିକ୍ଷା ଦେଉଥିବା ତଥା ନିଜର ଅସୀମ ତ୍ଯାଗର ପରିଚୟ ସମ୍ପର୍କରେ ଅବଗତ କରିଥିଲେ। ନିଜର ହୃଦୟ ଭିତରେ ଅଶ୍ରୁକୁ ଲୁଚାଇ ପରିବାରରେ ଖୁସୀର ସମ୍ଭାଷଣ ସୃଷ୍ଟି କରିବାରେ ବାପା ହିସାବରେ ପ୍ରମୁଖ ଭୂମିକା ରହିଛି , ଯାହା ଆଗାମୀ ଦିନରେ ନିଜର ପିଲାମାନଙ୍କୁ ଶ୍ରେଷ୍ଠ ମଣିଷ ତିଆରି କରିପାରେ। ପରିବାର ଓ ସମାଜରେ ସମାନତା ରଖିବାରେ ବାପାଙ୍କ ଭୂମିକା ଶ୍ରେଷ୍ଠ ପ୍ରତିପାଦନ କରିଥାଏ , ଯାହା ନିଜର ବିଭିନ୍ନ ପ୍ରାସଙ୍ଗିକ ଉପସ୍ଥାପନାରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ।
ଅନ୍ୟମାନଙ୍କ ମଧ୍ଯରେ ବିନୋଦିନୀ ଉଚ୍ଚ ମାଧ୍ୟମିକ ବିଜ୍ଞାନ ବିଦ୍ୟାଳୟର ଅଧ୍ୟକ୍ଷ ମନୋଜ କୁମାର ପଟ୍ଟନାୟକ , ପୂର୍ବତନ ଜିଲ୍ଲା ସଂସ୍କୃତି ଅଧିକାରୀ ରାମଚନ୍ଦ୍ର ପାଢୀ , ଅଧ୍ୟାପକ ଆର୍ତ୍ତତ୍ରାଣ ଚଇନି , ଡାଇଟ୍ ର ଅଧ୍ୟକ୍ଷ ଡାକ୍ତର ମୁର୍ମୁ , ପୂର୍ବତନ ଶିକ୍ଷକ ମନୋଜ ପଣ୍ଡା ନିଜର ମନ୍ତବ୍ୟ ପ୍ରଦାନ କରିଥିଲେ। କବି ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପାୟଲ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ବକ୍ତ୍ରୁତା ପ୍ରତିଯୋଗିତାରେ ବିଜୟୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.
Prev Post
Next Post