ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ବହୁ ଦିନର ପ୍ରତୀକ୍ଷା ପରେ ଓଡ଼ିଶା ଦେବୋତ୍ତର ବିଭାଗ ଇନିକ୍ସପେକ୍ଟର୍ ଆଜି କୁଲାଡ ଶ୍ରୀଜଗନ୍ନାଥ ମନ୍ଦିର ପରିଦର୍ଶନ କରି, ଉକ୍ତ ମନ୍ଦିର ର ସ୍ଥାୟୀ ପରିଚାଳନା କମିଟି ସହିତ ବହୁ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ପର୍ଯ୍ୟାଲୋଚନା କରିଛନ୍ତି।
ଆଜି ହେଉଛି ପବିତ୍ର ଅଁଳା ନବମୀ ବା ରାଧା ଅଷ୍ଟମୀ। ଏହି ଅବସରରେ ଆଜି ଅର୍ଥାତ୍ ୧୮ ତାରିଖ ବୁଧବାର ମଧ୍ୟାହ୍ନ ସମୟରେ କୁଲାଡ ଶ୍ରୀଜଗନ୍ନାଥ ମନ୍ଦିର, ଯାହାକୁ କି ଦ୍ଵିତୀୟ ଶ୍ରୀକ୍ଷେତ୍ର ବୋଲି ମଧ୍ୟ କୁହାଯାଏ, ଯାହା ଭଞ୍ଜ ରାଜବଂଶର ଅମ୍ଲାନ୍ କୀର୍ତ୍ତି , ଦୀର୍ଘ ୫ ଶହ ବର୍ଷର ପୁରାତନ ମନ୍ଦିରର। ତାର ନିରୀକ୍ଷଣ ନିମନ୍ତେ ନୂତନ ଏଣ୍ଡୋମେଣ୍ଟ ଇନିକ୍ସପେକ୍ଟର୍ ଶ୍ରୀ ସନ୍ତୋଷ କୁମାର ପୃଷ୍ଟି,କମିଶନର ଙ୍କ ନିର୍ଦ୍ଦେଶ କ୍ରମେ ଭଞ୍ଜନଗର ଆସିଥିଲେ । ଏହା ପୁର୍ବ ରୁ ସେ ସ୍ଥାନୀୟ ତହସିଲଦାର ଓ ଅତିରିକ୍ତ ତହସିଲଦାର ଙ୍କ ସହିତ ଆଲୋଚନା କରିଥିବା ଜଣାପଡିଛି। ଯେହେତୁ ସମ୍ଭାବ୍ୟ ବାତ୍ୟା ଆକ୍ଭାନ୍ ର ଭୟରେ ଏଵେ କୈ।ଣସି ପ୍ରଶାସନିକ ଅଧିକାରୀ ମାନଙ୍କ ଆଖିରେ ନିଦ ନାହିଁ। କାରଣ ଯେ କୌଣସି ବାତ୍ୟା ରେ ଶୂନ୍ୟ ମୃତାହତ ପ୍ରଶାସନର ପ୍ରଥମ ଲକ୍ଷ୍ୟ। ଏବଂ ଏହି ଗସ୍ତ ସମୟରେ ସ୍ଥାନୀୟ ଆର୍ ଆଇ ରଞ୍ଜନ କୁମାର ବରାଡ, ଅମିନ ଅକ୍ଷୟ କୁମାର ପ୍ରଧାନ ଏବଂ ମନ୍ଦିର ସ୍ଥାୟୀ ପରିଚାଳନା କମିଟିର ସମସ୍ତ ସଦସ୍ୟ ଏଠାରେ ଉପସ୍ଥିତ ଥିଲେ। ଏଥିରେ ମନ୍ଦିରର ବିଭିନ୍ନ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହେଇଥିଲା । ଏ ବୈଠକରେ କୁଲାଡ ଶ୍ରୀଜଗନ୍ନାଥ ମନ୍ଦିର ର ଭଗ୍ନ ନୀଳଚକ୍ରର ପୁନଃରୁଦ୍ଧାର, ପାଇଁ ଆଲୋଚନା ହୋଇଥିଲା। ଯେହେତୁ ଏ ହେଉଛି ୫୦୦ ବର୍ଷର ଅଷ୍ଟଧାତୁ ନିର୍ମିତ ନୀଳଚକ୍ର, ଏହା ବର୍ତ୍ତମାନ ତାର ଅବକ୍ଷୟ ହୋଇଯାଇଛି । ତେଣୁ ତାର ସ୍ଵତନ୍ତ୍ର ପୁନରୁଦ୍ଧାର କାର୍ଯ୍ୟ ପାଇଁ ପୁରୀ ମୁକ୍ତିମଣ୍ଡପର ବ୍ରାହ୍ମଣମାନଙ୍କର ପରାମର୍ଶ କ୍ରମେ ତାର ଯେମିତି ଜୀନ୍ନୋଦ୍ଧାର କରାଯିବ ସେ ବାବଦରେ ଆଲୋଚନା ହେଲା। ଦ୍ଵିତୀୟ କଥା ହେଲା କୁଲାଡ ଶ୍ରୀଜଗନ୍ନାଥ ମନ୍ଦିରର ଅଧିନରେ ଥିବା ବା ଶ୍ରୀଜଗନ୍ନାଥ ଙ୍କ ଜମି ବିଭିନ୍ନ ଜାଗାରେ ଥିବାର ବହୁ ନଜିର୍ ଅଛି। ତାକୁ ପୁନଃରୁଦ୍ଧାର କରି ଶ୍ରୀଜଗନ୍ନାଥ ଙ୍କ ନାମରେ ନାମିତ କରିବା ଏବଂ ତାର ଯେକୈ।ଣସି, ଆଦାୟକୁ କୁଲାଡ ଶ୍ରୀଜଗନ୍ନାଥ ମନ୍ଦିର ଯୋ କମିଟି ଅଛି ପରିଚାଳନା କମିଟି, ଉପଜିଲ୍ଲାପାଳ ଭଞ୍ଜନଗର, ତହସିଲଦାର ଭଞ୍ଜନଗର ଙ୍କ ଏକାଉଣ୍ଟ ଅଛି, ସେ ଏକାଉଣ୍ଟ ରେ ଜମା କରିବା। ଏବଂ ମନ୍ଦିରର ଚତୁର୍ପାର୍ଶ୍ଵ ଶ୍ରୀଜଗନ୍ନାଥ ମନ୍ଦିର ଅଧିନ ଜାଗା, ଉଦାହରଣ ପାନ୍ଥନିବାସ ଏବଂ ୨୨ ଗୋଟି ଯ, ଦୋକାନ ଗୃହ ଅଛି ତାକୁ ଯାହା, ପଞ୍ଚାୟତ ନିଜ ଅଧୀନରେ କୁ ନେଉଯାଉଛି, ତାକୁ ପଞ୍ଚାୟତରୁ ସେ ଡାଇଭର୍ଟ କରି ଓଡ଼ିଶା ରାଜ୍ୟ ଏଣ୍ଡୋମେଣ୍ଟ ବୋର୍ଡ ନିୟମ ଅନୁସାରେ ମନ୍ଦିର ପାଣ୍ଠିକୁ ଆଣିବା । ତତ୍ ସହିତ ଉକ୍ତ ମନ୍ଦିର ପୁଜା ପଣ୍ଡା ମାନେ ଦୀର୍ଘଦିନ ଧରି ପିଢିପରେ ପିଢି କାମ କଲେ ମଧ୍ୟ ମାତ୍ର ମାସକୁ ୩୦୦ ଟଙ୍କା ଦରମା ସେମାନେ ପାଇବାର କ୍ଷୋଭ ପ୍ରକାଶ କରାଯାଇଥିଲା ଏହି ବୈଠକରେ।ଏବଂ ସେମାନଙ୍କ ଦରମା ବୃଦ୍ଧି ସକାଶେ ମଧ୍ୟ ଆଲୋଚନା ହୋଇଥିଲା। ବହୁତ ଗୁରୁତ୍ଵପୂର୍ଣ୍ଣ କଥା ହେଲା ଯେ, ମନ୍ଦିରର ଦୈନନ୍ଦିନ ପରିଚାଳନା ପାଇଁ ୧୦୦ ଟଙ୍କା ଆବଶ୍ୟକ ଥିଲେ ମଧ୍ୟ ତହସିଲଦାର ବିଭାଗ, ତହସିଲଦାର ଙ୍କ ନିର୍ଦ୍ଦେଶ କ୍ରମେ ଆର୍ ଆଇ ମାତ୍ର ୩୦୦୦ ଟଙ୍କା ମାସକୁ ଦେଉଛନ୍ତି । ଯାହାକି ସମୁଦ୍ରରୁ ଗୋଟେ ବୁନ୍ଦେ ପାଣି ଭଳି। ତାକୁ ମଧ୍ୟ କେମିତି ବଢ଼ାଯାଇ ଦୈନିକ ଭୋଗ ରାଗ ପାଇଁ ୧୦୦୦ ଟଙ୍କାରେ ପରିଣତ କରାଯାଇକି ମାସକୁ ୩୦ ହଜାର ଟଙ୍କାର ଖର୍ଚ୍ଚ ଆୟବ୍ୟୟ କରିବା ପାଇଁ ମଧ୍ୟ କମିଟି ଉପସ୍ଥିତି ରେ ବୈଠକରେ ଆଲୋଚନା ହୋଇଥିଲା। ଏବଂ ଯେଉଁ ଜମି ନିଲାମକାରୀ ,ଜମିର ଠିକ୍ ଶୂଳକ ଠିକ୍ ସମୟରେ ଦେଉନାହାନ୍ତି, ତାକୁ ସ୍ଥାନୀୟ ତହସିଲଦାର, ରେଭେନ୍ୟୁ ଡିପାର୍ଟମେଣ୍ଟର ସମସ୍ତ ଅଧିକାରୀ ଏବଂ ମନ୍ଦିର ପରିଚାଳନା କମିଟିର ସହଯୋଗରେ ତାକୁ ମନ୍ଦିର ଅଧିନ କୁ ଆଣିବା ପାଇଁ ମଧ୍ୟ ସେ ବିଷୟରେ ଆଲୋଚନା କରାଗଲା। ଦରକାର ହେଲେ ଆଇନ ସହାୟତା ନିଆଯିବ, ଓ ଶୃଙ୍ଖଳିତ ପାଇଁ ଆରକ୍ଷି ବାହିନୀ ର ସହାୟତା ନିଆଯିବ ଏବଂ ରଥଯାତ୍ରା କୁ ଶୃଙ୍ଖଳିତ କରିବା, ଆହୁରି ଟିକେ ସୁନ୍ଦର ଭବ୍ୟ କରିବା ସେ ବାବଦରେ ମଧ୍ୟ ଆଲୋଚନା ହେଲା। ରଥଯାତ୍ରା ସମୟରେ ରଥରେ ଲଗା ଯାଉଥିବା ଘୋଡ଼ା, ସାରଥି ର ନୂତନ ନିର୍ମାଣ ସହିତ, ମନ୍ଦିରର ବିଭିନ୍ନ ସ୍ଥାନରେ ଦୀର୍ଘ ଦିନ ହେବ ଯେଉଁ ଫାଟ ସୃଷ୍ଟି ହୋଇ ଗର୍ଭ ଗୃହରେ ପାଣି ଗଳୁଛି ତାର ନିର୍ମାଣ କରିବା, ଆଲୋଚନା ହେଲା। ଏହି କୁଲାଡ ଶ୍ରୀଜଗନ୍ନାଥ ମନ୍ଦିର ଓଡିଶା ପ୍ରତ୍ନତତ୍ତ୍ଵ ବିଭାଗ ବା ଓଡ଼ିଶା ପର୍ଯ୍ୟଟନ ସ୍ଥଳୀର, ମାନ୍ୟତା ମିଳିଥିଲେ ମଧ୍ୟ ତାର ରକ୍ଷଣାବେକ୍ଷଣ ର ଅଭାବ, ଆନୁସଂଗିକ ବ୍ୟବସ୍ଥା ର ଅଭାବ ରୁ ମନ୍ଦିର ର ରାଜସ୍ୱ ଆଦାୟ ର ଉତ୍ସ ମଧ୍ୟ ବୃଦ୍ଧି ହୋଇପାରୁନାହିଁ। ତେଣୁ ଏହି ସବୁ ସଠିକ୍ ପରିଚାଳନା ହେଲେ ମନ୍ଦିର ଆୟ ବୃଦ୍ଧି ହେବା ସଂଗେ ସଂଗେ ମନ୍ଦିର ର ସମସ୍ତ ଯାନିଯାତ୍ରା ପର୍ବପର୍ବାଣୀ ଭବ୍ୟ ହୋଇପାରିବ ବୋଲି ଆଜି ଏହି ବୈଠକରେ ଆଲୋଚନା ହୋଇଥିଲା। ବୈଠକରେ ମନ୍ଦିର ପରିଚାଳନା କମିଟିର ସଭାପତି ବ୍ରହ୍ମାନନ୍ଦ ଦାସ, ସମ୍ପାଦକ ସଞ୍ଜୟ କୁମାର ପ୍ରଧାନ, ଉପସଭାପତି ଚିତରଞ୍ଜନ ନାୟକ, ଦୁଇ ମୁଖ୍ୟ ଉପଦେଷ୍ଟା ମୁରଲୀଧର ପଣ୍ଡା ଓ ସୁଧିର କୁମାର ଦାସ ସହିତ ପରିଚାଳନା କମିଟି ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ଏହି ସମସ୍ତ ବିଷୟ ଆଲୋଚନା ପର୍ଯ୍ୟାଲୋଚନା କୁ ନିଜେ ଏଣ୍ଡୋମେଣ୍ଟ୍ ଇନିକ୍ସପେକ୍ଟର୍ ନିଜ ହାତ ଲେଖା ଡାଏରୀ ରେ ଟିପି ଥିଲେ। ଏବଂ ଏହାର ସମାଧାନ ତ୍ୱରିତ ହେବ ବୋଲି ଆଜି ଏହି ବୈଠକରେ ପରିଚାଳନା କମିଟି ସଦସ୍ୟ ମାନଙ୍କୁ ପ୍ରତିଶ୍ରୁତି ଦେଇଥିବା ଦେଖାଯାଇଛି।