ଯୁବ ବିଜେଡି ଉପସଭାପତି ପ୍ରକାଶ ତ୍ରିପାଠୀ ନିଲମ୍ବିତ 

0

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ସଭାପତି ତଥା ଜଣାଶୁଣା ଟାଣୁଆ ଯୁବ ନେତା  ବିଜୁ ଯୁବ ଜନତା ଦଳର ଉପସଭାପତି ପ୍ରକାଶ ତ୍ରିପାଠୀଙ୍କୁ ଆଜି ବିଜୁ ଜନତା ଦଳର ରାଜ୍ୟ ସଭାପତି ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ତାଙ୍କ ପଦରୁ ତଥା ବିଜୁ ଜନତା ଦଳରୁ ନିଲମ୍ବିତ କରାଯାଇଛି ବୋଲି ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଶ୍ରୀଯୁକ୍ତ ଅମରେଶ ପତ୍ରୀ ଏକ ପ୍ରେସ୍ ଇସ୍ତାହାରରେ ଜଣାଇଛନ୍ତି । ସୂଚନାଯୋଗ୍ୟ ଯେ ସହିଦ ନଗର ଥାନା ଆକ୍ରମଣ ଘଟଣାରେ ଶ୍ରୀ ତ୍ରିପାଠୀ ଅନ୍ୟତମ ଅଭିଯୁକ୍ତ ଥିବାବେଳେ ପୋଲିସ ତାଙ୍କୁ ଆଜି ଗିରଫ କରିଥିବା ଜଣାପଡିଛି | ଏହାକୁ ଦୃଷ୍ଟିରେ ରଖି ବିଜେଡି ପ୍ରକାଶଙ୍କୁ ନିଲମ୍ବିତ କରିଛି ବୋଲି ଦଳପକ୍ଷରୁ କୁହାଯାଇଛି |

Leave A Reply

Your email address will not be published.