୩ ହଜାର ଲିଟରରୁ ଉର୍ଦ୍ଧ  ଦେଶୀ ମଦ ନଷ୍ଟ କଲା ବଡ଼ବିଲ ପୋଲିସ 

0

ବଡ଼ବିଲ(ଚିତ୍ତରଞ୍ଜନ କର) ବଡ଼ବିଲ ପୋଲିସ ଆଜି ଏକ ଦେଶୀ ମଦ ପ୍ରସ୍ତୁତ ହେଉଥିବା ଆଡ୍ଡ଼ାରେ ଚଢ଼ାଉ କରି ୩ ହଜାର ଲିଟରରୁ ଉର୍ଦ୍ଧ ମହୁଲି ମଦକୁ ନଷ୍ଟ କରିଥିବାର ଜଣାପଡିଛି। ବଡ଼ବିଲ ଉପକଣ୍ଠରେ ଥିବା ସାନ୍ତବାହାଳ ଜଙ୍ଗଲ ଅଞ୍ଚଳରେ କାରୋ ନଦୀ କୂଳରେ ଦେଶୀ ମଦ ମହୁଲି ପ୍ରସ୍ତୁତ ହେଉଥିବାର ଖବର ପାଇ ବଡ଼ବିଲ ଥାନାଧିକାରୀ ସୁକାନ୍ତ ଦାଶଙ୍କ ନେତୃତ୍ୱରେ ପୋଲିସ ଟିମ ଅତର୍କିତ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ମଦ ପ୍ରସ୍ତୁତ କରୁଥିବା ଅପରାଧୀ ଛତ୍ରଭଙ୍ଗ ଦେଇ ଫେରାର ହୋଇଯାଇଥିବା ବେଳେ ସେଠାରେ ଥିବା ମହୁଲି ଭର୍ତ୍ତି ଡ୍ରମ ସବୁକୁ ବାଡେଇ ନଷ୍ଟ କରିଥିଲେ ପୋଲିସ ବାହିନୀ।

Leave A Reply

Your email address will not be published.