ବାଲେଶ୍ବର ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ

0

ବସ୍ତା, ତା: ୧୬/୦୬/୨୦୨୬:   ଆଜି ପୂର୍ବାହ୍ନ ଘ: ୧୦.୦୦ ଟିକା ସମୟରେ ବାଲେଶ୍ୱର ଜିଲ୍ଲାର ବସ୍ତା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ବାଲେଶ୍ୱର ଜିଲ୍ଲାପାଳ  ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ବସ୍ତା ପଞ୍ଚାୟତ ସମିତି ଅଧୀନସ୍ଥ ବିଭିନ୍ନ ଗ୍ରାମ ପଞ୍ଚାୟତରୁ ୯୫ ଜଣ ଅଭିଯୋଗକାରୀ ନିଜର ଅଭିଯୋଗ ଫର୍ଦ୍ଦ ଉପସ୍ଥାପନ କରିଥିଲେ। ସେଥି ମଧ୍ୟରୁ ୮୦ ଗୋଟି ବ୍ୟକ୍ତିଗତ ଓ ୧୫ ଗୋଟି ସାମୁହିକ ଅଭିଯୋଗ ସମ୍ପର୍କିତ ଅଟେ  I ଏହି ମିଳିତ ଜନଶୁଣାଣୀ କାର୍ଯ୍ୟକ୍ରମରେ ୫ ଗୋଟି ଅଭିଯୋଗର ତତକାଳ ସମାଧାନ କରାଯାଇଥିଲା I
     ଏହି କାର୍ଯ୍ୟକ୍ରମରେ ଆରକ୍ଷୀ ଅଧିକ୍ଷକ, ବାଲେଶ୍ୱର, ଶ୍ରୀଯୁକ୍ତ ପ୍ରତ୍ୟୁଷ ଦିବାକର, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀଯୁକ୍ତ ହେମନ୍ତ କୁମାର ସିଂହ, ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ବାଲେଶ୍ୱର ଶ୍ରୀଯୁକ୍ତ ସଞ୍ଜୟ କୁମାର ରାଉତ, ଉପ ଜିଲ୍ଲାପାଳ, ବାଲେଶ୍ୱର ଶ୍ରୀଯୁକ୍ତ ଶିବ ମାଲବ୍ୟ, ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀ, ଡ. ଦିଲ୍ଲୀପ କୁମାର ଜେନା, ବିଡିଓ, ବସ୍ତା ଶ୍ରୀଯୁକ୍ତ ମିହିର ରଞ୍ଜନ ବେହେରା, ତହସିଲଦାର, ବସ୍ତା ଶ୍ରୀଯୁକ୍ତ ସୁଶାନ୍ତ କୁମାର ପାତ୍ରଙ୍କ ସମେତ ଜିଲ୍ଲାର ବିଭିନ୍ନ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।
     

Leave A Reply

Your email address will not be published.