ଜୋହରୀ ଚିହ୍ନିଲେ ହୀରା -ଧର୍ମେନ୍ଦ୍ରଙ୍କୁ ବି ବଳାଇଗଲେ ବୈଜୟନ୍ତ !!!

0

Bhubabeswar : ଯୋଗ ଦେବାର ମାତ୍ର ୪ ଦିନ ହେଲା, ହେଲେ ପୁରା ପୁରସ୍କାର ଦମଦାର | ଆଗରୁ ବିଜେପିରେ ଏମିତି ଅନେକ ଟାଣୁଆ ନେତା ଯୋଗ ଦେଇଛନ୍ତି | ହେଲେ ଏମିତି ଥଇଥାନ କରିବାରେ ବୋଧ ହୁଏ ଓଡିଶା ନେତାଙ୍କ କ୍ଷେତ୍ରରେ ବୋଧହୁଏ ପ୍ରଥମ | ଆମେ ଆଉ କାହା କଥା କହୁନୁ, ବିଜେଡିରୁ ବିଦା ହେବାପରେ ବିଜେପିରେ ଯୋଗ ଦେଇଥିବା ଓଡ଼ିଶାର ପୂର୍ବତନ ସଂସଦ ବୈଜୟନ୍ତ ପଣ୍ଡାଙ୍କ ବିଷୟରେ କହୁଛୁ | ବୈଜୟନ୍ତକୁ ସିଧାସଳଖ ଆଜି ବିଜେପିର ଜାତୀୟ ଉପସଭାପତି ଭାବେ ନିଯୁକ୍ତି ଦିଆଯାଇଛି | କେବଳ ସେତିକି ନୁହେ, ତାଙ୍କୁ ବିଜେପିର ଜାତୀୟ ମୁଖପାତ୍ର ଭାବେ ନିଯୁକ୍ତି ମିଳିଛି | ପୂର୍ବରୁ ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟଙ୍କ ଭଳି ପୁରୁଖା ନେତା ଯୋଗ ଦେଇଥିଲେ ବି ସେମାନଙ୍କୁ ଏତେଟା ଗୁରୁତ୍ୱ ଦେଇ ନଥିଲା ଦଳ | ହେଲେ ବୈଜୟନ୍ତଙ୍କ କ୍ଷେତ୍ରରେ ଯେଉଁ ଅଯାଚିତ ଶ୍ରଦ୍ଧା ଦେଖାଇଛି ବିଜେପି, ସେଥିରୁ ଭିନ୍ନ କିଛି ସଂକେତ ଆସିଛି | ଦୁଇଟି ପଦବୀ ଦେଇ ବିଜେଡ଼ିକୁ ନୀଚ ଦେଖାଇବାକୁ ଉଦ୍ୟମ କରିଛି ଦଳ ଆଉ ଗୋଟେ ବାର୍ତ୍ତା ଦେଇଛି, ରାଷ୍ଟ୍ରୀୟ ଉପସଭାପତି ହେବାର ଯୋଗ୍ୟତା ଥିବା(ଯାହାକି ବିଜେପି ଭଳି ଦଳରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ହୋଇ ପାରିନାହାନ୍ତି) ବୈଜୟନ୍ତଙ୍କୁ ବିଜେଡି ଉଚିତ ମର୍ଯ୍ୟାଦା ଦେଇପାରି ନଥିଲା | ଆଉ ଗୋଟେ କଥା ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଭାବେ ଦାୟିତ୍ୱ ଦେଇ ଜାତୀୟ ଗଣମାଧ୍ୟମରେ ତାଙ୍କରି ମାଧ୍ୟମରେ ବିଜେପି ବିଜେଡ଼ିକୁ ଟାର୍ଗେଟ କରିବା ସହ ଜାତୀୟ ସ୍ତରରେ ଓ ଦିଲ୍ଲୀ ମହଲରେ ନବୀନ ବାବୁଙ୍କ ଥିବା ଇମେଜକୁ ଟର୍ଣ୍ଣିସ କରିପାରିବ | ସୂଚନାଯୋଗ୍ୟ ଯେ ବୈଜୟନ୍ତଙ୍କୁ ଯୋଗଦାନକୁ ବିରୋଧ କରି ଦଳର ପୂର୍ବତନ କେନ୍ଦ୍ରାପଡା ଜିଲ୍ଲା ସଭାପତି ତଥା ଏକଦା ସଂସଦ ପ୍ରାର୍ଥୀ ଥିବା ପୁରୁଖା ନେତା ଜ୍ଞାନଦେବ ବେଉରା ଗତକାଲି ଇସ୍ତଫା ଦେଇଥିଲେ | ହେଲେ ଆଜିର ବୈଜୟନ୍ତଙ୍କ ନିଯୁକ୍ତି ପରେ ପ୍ରମାଣିତ ହୋଇଯାଇଛି ଯେ ରାଜ୍ୟ ବିଜେପିର କେଉଁ ନେତା କଣ ଭାବୁଛି ଭାବୁ କିଏ ଛାଡ଼ୁଛି ଛାଡୁ, କେନ୍ଦ୍ରୀୟ ନେତୃତ୍ୱ ଖୁଣ୍ଟ ପରି ବୈଜୟନ୍ତଙ୍କ ସହିତ ଅଛି | ଆଉ ଉପସଭାପତି ଭଳି ସାଙ୍ଗଠନିକ ପଦବୀ ଦେବା ପଛରେ ବିନା ସଂଘପରିବାରର ସହମତିରେ ହୋଇଥିବା ବୋଲି ଚିନ୍ତା କରାଯାଇନପାରେ | ତେଣୁ ଘରେ ପଶୁ ପଶୁ ବୈଜୟନ୍ତଙ୍କୁ ଯେ ଏଭଳି ଗୁରୁତ୍ୱପୂର୍ଣ ପଦବୀ ଦିଆ ଗଲା ତା ନୁହେଁ, ବିଜେପି ଓ ଆରଏସଏସ ସହିତ ତାଙ୍କର ଦୀର୍ଘ ଦିନର ଯୋଗ ଯୋଗର ସୁଫଳ | ରାଜ୍ୟ ରାଜନୀତିରେ ନବୀନଙ୍କୁ ଚେକ ଦେବାପାଇଁ ତାଙ୍କୁ ନିଆଯାଇଛି ବୋଲି କୁହ ଯାଉଥିବା ବେଳେ ତାଙ୍କୁ ରାଜ୍ୟ ରାଜନୀତିରେ ଧର୍ମେନ୍ଦ୍ର ଓ ଅପରାଜିତାଙ୍କ ପରି ବ୍ୟାଟିଂ କରିବାକୁ ଛଡ଼ାଯିବ ନ ନାହିଁ, ତାଙ୍କୁ ଲଢ଼ିବାକୁ କେଉଁଠୁ କୁହାଯିବ ଯିବ କି ନାହିଁ ତାହା ଆଗକୁ ଜଣାପଡିବ | ନା ତାଙ୍କ ସାଙ୍ଗଠନିକ ଅପାର ଦକ୍ଷତାକୁ ଜାତୀୟ ରାଜନୀତିରେ ବିଜେପି ବ୍ୟବହାର କରିବ ତାହା ବି ସମୟ କହିବି | ହେଲେ ଗୋଟିଏ କଥା ଥୟ ରାଜ୍ୟ ଓ ଜାତୀୟ ବିଜେପିରେ ତାଙ୍କର ଦବଦବା ରହିବ | କେନ୍ଦ୍ରରେ ପରବର୍ତ୍ତୀ ଏନ୍ଡିଏ ସରକାର ହେଲେ ଲୋକ ସଭାରୁ ଯାନ୍ତୁ କି ରାଜ୍ୟ ସଭାରୁ ଯାନ୍ତୁ, ମନ୍ତ୍ରୀପଦ ମିଳିବା ଆପାତତଃ ଥୟ | 

Leave A Reply

Your email address will not be published.