ମହିଳାଙ୍କୁ ରୋଜଗାର ମୋଦି ସରକାରର ପ୍ରାଥମିକତା – ଧର୍ମେନ୍ଦ୍ର

0

ସ୍କିଲ୍ ଇଣ୍ଡିଆ ଓ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରାଳୟ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ

ନୂଆଦିଲ୍ଲୀ/ଭୁବନେଶ୍ୱର – ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଶୁକ୍ରବାର ନୂଆଦିଲ୍ଲୀ ଠାରେ କେନ୍ଦ୍ରମନ୍ତ୍ରୀ ମେନକା ଗାନ୍ଧିଙ୍କ ଉପସ୍ଥିତିରେ ଭାରତ ସରକାରଙ୍କ ସ୍କିଲ୍ ଇଣ୍ଡିଆ ଓ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରାଳୟ ମଧ୍ୟରେ ଏକ ବୁଝମଣା ପତ୍ର ସ୍ୱାକ୍ଷରିତ ହୋଇଛିା ଉତମ କୌଶଳ ବିକାଶ ମାଧ୍ୟମରେ ମହିଳାଙ୍କୁ ରୋଜଗାରକ୍ଷମ କରିବା ଦୃଷ୍ଟିରୁ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି ଏବଂ ଏହା ମୋଦି ସରକାରର ପ୍ରାଥମିକତା ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଏହି ଏମଓୟୁ ଫଳରେ ରାଷ୍ଟ୍ରୀୟ ମହିଳା କୋଷ (ଆରଏମ୍କେ) ଏବଂ ରାଷ୍ଟୀୟ କୌଶଳ ବିକାଶ ନିଗମ (ଏନ୍ଏସ୍ଡିସି) ଭୌଗଳିକ ପ୍ରାସଙ୍ଗିକତା ଏବଂ ରୋଜଗାର କ୍ଷମତା ଅନୁଯାୟୀ ଆବଶ୍ୟକ କୌଶଳର ଚିହ୍ନଟ କରିବା ପାଇଁ ମିଳିତ ଭାବେ କାର୍ଯ୍ୟ କରିବା ସହ ରାଷ୍ଟ୍ରୀୟ କୌଶଳ ଯୋଗ୍ୟତା ଫ୍ରେମୱାର୍କ ସହ ଜଡିତ ପାଠ୍ୟକ୍ରମକୁ ବିକଶିତ କରିବେ ଏବଂ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ପ୍ରଶିକ୍ଷଣ ଭାଗିଦାର ନେଟୱାର୍କର ଲାଭ ଉଠାଇବା ସହ କୌଶଳ ପ୍ରଶିକ୍ଷଣ ପ୍ରଦାନ କରିବେ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଉଦ୍ୟମିତା କ୍ଷେତ୍ରରେ ଇଚ୍ଛୁକ ରଖିଥିବା ଏନଏସକ୍ୟୁଏଫ୍ ସାର୍ଟିଫିକେଟ୍ ପ୍ରାପ୍ତ ମହିଳାଙ୍କ ପାଇଁ କର୍ମଶାଳା ଆୟୋଜନ କରାଯିବ ଏବଂ ଏହା ସେମାନଙ୍କୁ “ମହିଳା ଇ-ହାଟ୍ ପ୍ଲାଟଫର୍ମ”ରେ ସାହାଯ୍ୟ କରିବ ବୋଲି ସେ କହିଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ବୁଝାମଣା ପତ୍ର ଦେଶର ମହିଳାଙ୍କ ପାଇଁ ସମାନ ସୁଯୋଗ ଦେବାର ପରିବେଶ ସୃଷ୍ଟି କରିବେ । ଯଦ୍ୱାରା ସେମାନେ ନିଜର ସଫଳ କ୍ୟାରିୟର ଗଢିପାରିବେ । ଫଳରେ ଦେଶର ଜିଡିପି ମଧ୍ୟ ପ୍ରଭାବିତ ହେବ ହେବ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି କ୍ଷେତ୍ରରେ ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଳାୟ ମହିଳାଙ୍କୁ ସ୍ୱାବଲମ୍ବନ କରି କେବଳ ସେମାନଙ୍କୁ ଚାକିରି କ୍ଷେତ୍ରରେ ନୁହେଁ ବରଂ ସ୍ଥାନୀୟ ଓ ବଜାରର ଆବଶ୍ୟକତା ଅନୁଯାୟୀ ଅଧିକରୁ ଅଧିକ ମହିଳାଙ୍କୁ ଯୋଡିବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି । ମହିଳାଙ୍କ ଭଲ ଏବଂ ଉଜ୍ଜଳ ଭବିଷ୍ୟତ କରିବା ପାଇଁ ଆଜି ଉପଯୁକ୍ତ ଅବସର । ମହିଳାମାନେ ନୂଆ ଭାରତ ନିର୍ମାଣ କରିବାରେ ଏକ ମହତ୍ୱପୂର୍ଣ୍ଣ ଭୂମିକା ବହନ କରୁଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି । 

 

Leave A Reply

Your email address will not be published.