( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଆଙ୍କୋରଡା ଗ୍ରାମ ର ଅଶୋକ ବିଷୋୟୀ ନାମକ ଜଣେ ଯୁବକ କୁ କିଛି ଯୁବକ ହଠାତ୍ କାରରେ ଆସି ବିଭିନ୍ନ ମାରଣାସ୍ତ୍ର ରେ ଆକ୍ରମଣ କରିଥିଲେ। ଯାହା ଫଳରେ ଅଶୋକ ଶରିରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଛି। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ସ୍ଥାନୀୟ ଡ଼ାକ୍ତରଖାନା ରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଗୁରୁତର ଅଶୋକ ର ଘର ରଥ ସାହି ଓ ସେ ଡାକ୍ତରଖାନା ଛକରେ ବସିଥିବା ବେଳେ ଏହି ଘଟଣା ଘଟିଛି। ଖବର ପାଇ ଆସ୍କା ଏସଡିପିଓ ଓ ଥାନା ଅଧିକାରୀ ପୋଲିସ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.