ମିଠା ମିଠା ଗୀତର ସଂଜରେ

0

ନୟାଗଡ଼(ବିଶ୍ୱଜିତ ନାୟକ) :- ନୟାଗଡ଼ ସ୍ଥାନୀୟ ସାମ୍ବାଦିକ ଭବନଠାରେ ଆଟ୍ ପଏଣ୍ଟ ତରଫରୁ ୧୯ ତମ ବାର୍ଷିକ ଉତ୍ସବ ଉପଲକ୍ଷେ ‘ମିଠା ମିଠା ଗୀତର ସଂଜରେ’ ସଂଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାଯ୍ୟକ୍ରମ ରେ ମୁଖ୍ୟ ଅତିଥି ଗୀତିକଳ୍ପ ହରିଶ୍ ପ୍ରଧାନ ଉଦଘାଟକ ପ୍ରଦୀପ ପ୍ରକାଶ ଆଚାର୍ଯ୍ୟ ଓ ସମ୍ମାନିତ ଅତିଥ୍ ଭାବେ ଡ଼ ଗୀତାଞ୍ଜଳି ମହାପାତ୍ର ଯୋଗଦାନ କରିଥିଲେ। ଆମ ନୟାଗଡ଼ ମାଟି ସୁଯୋଗ୍ୟ କଣ୍ଠଶିଳ୍ପୀଙ୍କ ମଧ୍ୟରେ ଡଃ ଆଶୁତୋଷ ମିଶ୍ର, ଭୂମିକା ମହାପାତ୍ର, ରାଜୀବ ମହାପାତ୍ର, ବିଜୟାନନ୍ଦ ମହାପାତ୍ର, ଇପ୍ସିତା, ସୃଷ୍ଟି ଶୋଭିତା ଏବଂ ବଂଶୀଧର ସଂଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ କଣ୍ଠଶିଳ୍ପୀ ସାନୁ ପ୍ରମୁଖ ପୁରୁଣା ଲୋକପ୍ରିୟ ସଂଗୀତ ଓ ଆଧୁନିକ ଗୀତ ଗାନ କରିଥିଲେ। ଉପସ୍ଥାପକ ଉପସ୍ଥାପିକା ଭାବରେ ଗୋପୀନାଥ ସେଠୀ ଓ ସସ୍ମିତା ରାଣୀ ଦାଶ ଓଡ଼ିଆ ବିଭାଗ ଶରଣକୁଳ ମହାବିଦ୍ୟାଳୟ ଯୋଗଦାନ କରିଥିଲେ।

ରଂଜନ ରଶ୍ମୀ ଜେନା, ଶେଖ୍ ଅବଦୁଲ୍ ଖାଲିକ ପ୍ରମୂଖ ସହଯୋଗ କରିଥିଲେ। ପରିଶେଷରେ ଅନୁଷ୍ଠାନ ମୁଖ୍ୟ ବିଜୟାନନ୍ଦ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.