ବଲାଙ୍ଗୀର: ଗତ 11/6/2026: ବଲାଙ୍ଗୀର ଆମ ଆଦମୀ ପାର୍ଟି ର ଗୋଟେ ପ୍ରୋଟେଷ୍ଟ ଚାଲିଥିଲା NEET, UGC ପେପର ଲିକ ଦୁର୍ନୀତି ଯୋଗୁ ବର୍ବାଦ ହୋଇଥିବା 22 ଲକ୍ଷ୍ୟ ଛାତ୍ର ଛାତ୍ରୀ ଙ୍କ ଜୀବନ ଏବଂ 17 ସ୍ଟୁଡେଣ୍ଟ ଙ୍କ ମୃତ୍ୟ ମାମଲା ବିରୋଧ ରେ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଚିଲଥିବା ପ୍ରୋଟେଷ୍ଟ ର ଭିଡ଼ିଓ. 12 ତାରିକ ପୋଷ୍ଟ ହୋଇଥିଲା Ashish Pande ଫେସବୂକ ପେଜ ରେ କିନ୍ତୁ ଜଣେ ଅସାମାଜିକ ବ୍ୟକ୍ତି ସୀତାରାମ ରଣା, ଅଶ୍ଳୀଳ ଭାଷା ରେ ଆମ ଆଦମୀ ପାର୍ଟି କୁ ପାର୍ଟି ର ସଦସ୍ୟ ମାନଂକୁ ସମସ୍ତଙ୍କୁ ଅଶ୍ଳୀଳ ଭାଷା ରେ କମେଣ୍ଡ ମାଧ୍ୟମରେ ରେ ହୁଡ଼ିଥିଲା କିନ୍ତୁ ଆମ ଆଦମୀ ପାର୍ଟି ବଲାଙ୍ଗୀର ଶାଖା ତାକୁ ବରଦାସ୍ତ କରାଯିବ ନାହିଁ କହି 13/6/2026 ତାରିଖ ଦିନ Cyber ପୋଲିସ ଏବଂ ଟାଉନ ଥାନା ରେ ଆପ ନେତା ଆଶିଷ ପାଣ୍ଡେ ଙ୍କ ସହିତ ଟିମ ବଲାଙ୍ଗୀର ଗୋଟେ FIR ରିପୋର୍ଟ କରି IIC ବଲାଙ୍ଗୀର ଟାଉନ ଙ୍କ ସହିତ ସାକ୍ଷ୍ୟାତ କରି ସୀତାରାମ ରଣା ଭଳି ଅସାମାଜିକ ବ୍ୟକ୍ତି ଙ୍କୁ ଖୋଲା ଛଡା ଯିବ ନାହିଁ ତାଙ୍କୁ ତୁରନ୍ତ ଆରେଷ୍ଟ କରାଯାଉ ଟ୍ରେକ କରାଯାଉ କହିଥିଲେ . IIC ଅବନୀ ସାହୁ ତୁରନ୍ତ 2 ଘଣ୍ଟା ଭିତରେ ଟ୍ରେସ କରିଥିଲେ. ଜଣାପଡିଲା ସେ ବ୍ୟକ୍ତି ଟା ଟିଟିଲାଗଡ଼ ପଥର୍ଲା ଅଂଚଳ ର. ତାକୁ ସାଙ୍ଗେ ସଙ୍ଗ ଟିଟିଲାଗଡ଼ ପୋଲିସ ବଲାଙ୍ଗୀର ଟାଉନ ଥାନା କୁ ପଠାଇଥିଲେ. ଏବଂ ଅଭିଯୁକ୍ତ ସୀତାରାମ ରଣା ବଲାଙ୍ଗୀର ଟାଉନ ଥାନାରେ ଆମ ଆଦମୀ ପାର୍ଟି ନେତା ଆଶିଷ ପାଣ୍ଡେ ଏବଂ ପାର୍ଟି ର ଅନ୍ୟ ସଦସ୍ୟ ଙ୍କ ସାମ୍ନା ରେ ଲିଖିତ ଆକାର ରେ ପାର୍ଟି ର ସମସ୍ତଙ୍କୁ କ୍ଷମା ମାଗିବା ସହିତ ଭିଡ଼ିଓ ବାର୍ତା ମାଧ୍ୟମ୍ ରେ ମଧ୍ୟ କ୍ଷମା ମାଗିଛନ୍ତି.ଏବଂ କହିଛି ଆଉ ଏ ପ୍ରକାର ଏମିତି ଭୁଲ ଆଉ କାହାରି ସହିତ କରିବି ନାହିଁ ଯଦି କରିବି ଆଇନ ହିସାବ ରେ ଦଣ୍ଡ ଭୋଗିବି ବୋଲି ଲେଖିତ ଏବଂ ଭିଡ଼ିଓ ମାଧ୍ୟମରେ କହିଛନ୍ତି . ଶେଷରେ ଶ୍ରୀ ପାଣ୍ଡେ କହିଛନ୍ତି ସେ ଯେବି ହଉ ଯଦି ଆମ ଆଦମୀ ପାର୍ଟି, କିମ୍ବା କୌଣସି ସଦସ୍ୟ ଉପରେ କୌଣସି ଅଶ୍ଳୀଳ ଭାଷା ରେ କମେଣ୍ଡ କରିବ ତାକୁ ଛାଡା ଯିବ ନାହିଁ ତା ଉପରେ ଆଇନ ଗତ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ ହେବ, ଆପଣ ମାନେ ମଧ୍ୟ ସେ ପ୍ରକାର ଅଭଦ୍ର ବ୍ୟକ୍ତି ମାନଙ୍କ ଉପରେ ଆକ୍ସନ ନିଅନ୍ତୁ ଯେ ବି ସୋସିଆଲ ମେଡ଼ିଆ ରେ ଏ ପ୍ରକାର ଅଭଦ୍ର ମେସେଜ୍ କରୁଛି ଆମେ ଆପଣ ଙ୍କ ସାଙ୍ଗେ ଅଛୁ|
Sign in
Sign in
Recover your password.
A password will be e-mailed to you.
Prev Post
Next Post