ରାୟଗଡା ରୁ ବୈକୁଣ୍ଠ ଦୁରିଆ : କାଶୀପୁର ବ୍ଲକ ଅନ୍ତର୍ଗତ ବାକାମ୍ବ ପଞ୍ଚାୟତର କୋଡିଙ୍ଗା ଗ୍ରାମରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଦଳର ନବନିଯୁକ୍ତ ରାଜ୍ୟ ସାଧାରଣ ସମ୍ପାଦକ ଜଗଦୀଶ ପାତ୍ର ଏବଂ କାଶୀପୁର ବ୍ଲକ ବିଜେଡି ସଭାପତି ରତିକାନ୍ତ ନାଏକଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।
ଏହି ସ୍ୱାଗତ ସମାରୋହକୁ ସ୍ଥାନୀୟ ବିଜେଡି କର୍ମୀ ରତ୍ନାକର କନ୍ଦପାଣି ଓ ବାଳବ ଝୋଡ଼ିଆ ଆୟୋଜନ କରିଥିଲେ। କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଦଳୀୟ କର୍ମୀ ଓ ସମର୍ଥକ ଯୋଗଦେଇ ନେତୃବୃନ୍ଦଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ।
ଏହି ଅବସରରେ ସୁନୀଲ ନାଏକ, ସୁଧୀର ଖରା, ସୁରେ ମାଝୀ, ନେତା ସାହୁ, ମଣି ଝୋଡ଼ିଆ, ଚିତାଉ ବାଗ, ବିରାଟ ବାଗ, ରଞ୍ଜିତ ଯାନୀ, କାର୍ତ୍ତିକ ସାହୁ, ଜୁନେଶ ମାଝୀ, ସୁଶୀ ମାଝୀ, କାନୁ ମାଝୀ, ଖଗ ମାଝୀ ଓ ଜଗଦୀଶ ନାଏକଙ୍କ ସମେତ ବାକାମ୍ବ ପଞ୍ଚାୟତର ବହୁ ବିଜେଡି କର୍ମୀ ଏବଂ ଦଳପ୍ରେମୀ ଉପସ୍ଥିତ ଥିଲେ।
ସମ୍ବର୍ଦ୍ଧିତ ଅତିଥିମାନେ ଦଳକୁ ଆହୁରି ସୁଦୃଢ଼ କରିବା, ସଂଗଠନକୁ ଗାଁ ସ୍ତରରେ ମଜବୁତ କରିବା ଓ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ସମସ୍ତେ ଏକାଠି କାମ କରିବାକୁ ଆହ୍ୱାନ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.