ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ର ୭୧ ତମ ପ୍ରତିଷ୍ଠା ଦିବସ ଅବସରରେ ରକ୍ତଦାନ ଶିବିର ଅନଷ୍ଠିତ : ୬୦ୟୁନିଟ ସଂଗୃହିତ।

0

ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ସ୍ଥାନୀୟ ଷ୍ଟେଟ ବ୍ୟାଙ୍କ ଶାଖା ଠାରେ ୭୧ ତମ ପ୍ରତିଷ୍ଠା ଦିବସ ପାଲିତ ହୋଇଯାଇଛି। ଏହି ଅବସରରେ ବ୍ୟାଙ୍କ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସରୋଜିନୀ ପ୍ରସନ୍ନ କୁଲ୍ଲୁ, ସମ୍ମାନିତ ଅତିଥି ଭାବେ ସମାଜସେବୀ ନିରୋଜ ଦୋରା, ଅଞ୍ଚଳ ମହାବିଦ୍ୟାଳୟ ଅଧ୍ୟକ୍ଷ ଖଗେଶ୍ୱର ଦାଶ ଯୋଗଦେଇ ଉଦ୍ଘାଟନ କରିଥଲେ।

ଶିବିରରୁ ମୋଟ ୬୦ ୟୁନିଟ ରକ୍ତ ସଂଗ୍ରହ ହୋଇଥଲା। ବ୍ୟାଙ୍କ ମୁଖ୍ୟ ପରିଚାଳକ ଦେବାଶିଷ ସାହୁ ସମସ୍ତ ଅତିଥିଙ୍କୁ ସ୍ୱାଗତ କରିବା ସହ ରକ୍ତଦାତା ଙ୍କୁ ଉତ୍ସାହିତ କରିଥିଲେ। ପଦ୍ମପୁର ରକ୍ତଭଣ୍ଡାର ତରଫରୁ ଡ. ଡବୁ ସାହୁ , ସୁମିତ୍ ସିହ୍ନା, ନିତେଶ ପ୍ରଧାନ,ଦୀପକ ସାହୁ, ଶ୍ୟାମସୁନ୍ଦର ସାହୁ, ଅଶ୍ୱିନୀ ଗୁର୍ଲା ପ୍ରମୁଖ ଯୋଗଦେଇ ରକ୍ତ ସଂଗ୍ରହ କରିଥିବା ବେଳେ ବ୍ୟାଙ୍କ ଉପ ପ୍ରବନ୍ଧକ ବିଦ୍ୟାଧର ବରିହା,ଦୀପକ ଦାସ, ବିଭୂପଦ ସାହୁ, ବିଜୟଲକ୍ଷ୍ମୀ ଠାକୁର,ଚିରାଗ ଠାକୁର, ଆକାଶ ବେହେରା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

Leave A Reply

Your email address will not be published.