ନୀଳଗିରୀ ତା ୧୦/୦୬: ଆଜି ପୂର୍ବାହ୍ନ ଘ ୧୦.୩୦ମିଁ.ସମୟରେ ସ୍ଥାନୀୟ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ନୀଳଗିରି ପଞ୍ଚାୟତ ସମିତି ର ଉନ୍ନୟନ ମୂଲକ କାର୍ଯ୍ୟର ୬ ତମ ସାଧାରଣ ସମୀକ୍ଷା ଓ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ସମୀକ୍ଷା ଓ ଆଲୋଚନା ବୈଠକରେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସନ୍ତୋଷ ଖଟୁଆଙ୍କ ଉପସ୍ଥିତ ଥିବା ବେଳେ ପଞ୍ଚାୟତ ସମିତି ର ଅଧ୍ୟକ୍ଷା ଶ୍ରୀମତୀ ଶୁଭଲକ୍ଷ୍ମୀ ମାଝୀ ପୌରୋହିତ୍ୟ କରିଥିଲେ ।ଏଥିରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ପରିଡ଼ା ବୈଠକର ବିବରଣୀ ଅନୁସାରେ ଉପସ୍ଥିତ ତ୍ରିସ୍ତରୀୟ ପଞ୍ଚାୟତ ରାଜ ବିଭାଗୀୟ ନିର୍ବାଚିତ ଲୋକ ପ୍ରତିନିଧି ଓ ବିଭିନ୍ନ ବିଭାଗ ମାଧ୍ୟମରେ ହେଉଥିବା ଉନ୍ନୟନ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା ଓ ଆଲୋଚନା ହୋଇଥିଲା।ଗତ ୨୦୨୪-୨୫ ମସିହା ୧୫ ତମ ଆର୍ଥିକ ବର୍ଷରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅନୁଦାନ ରାଶିରେ ଉନ୍ନୟନ ମୂଲକ କାର୍ଯ୍ୟରେ ନୀଳଗିରି ପଞ୍ଚାୟତ ସମିତି ଜିଲ୍ଲାରେ ପ୍ରଥମ ସ୍ଥାନରେ ଥିବାବେଳେ ଗ୍ରାମ ପଞ୍ଚାୟତ ସ୍ତରରେ ତୃତୀୟ ସ୍ଥାନରେ ରହିଛି ବୋଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ପରିଡ଼ା ପ୍ରକାଶ କରିଥିଲେ।ମାତ୍ର ଚତୁର୍ଦ୍ଦଶ ଅର୍ଥ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନୁଦାନ ରାଶି ସଠିକ୍ ଭାବରେ ବ୍ୟୟ ହୋଇ ପାରି ନ ଥିବାରୁ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଖଟୁଆ ଗଭୀର ଉଦବେଗ ଏବଂ କ୍ଷୋଭ ପ୍ରକାଶ କରିଥିଲେ।ଏଥିରେ ନୀଳଗିରୀ ପଞ୍ଚାୟତ ସମିତି ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତମାନଙ୍କରେ ବିଭିନ୍ନ ଯୋଜନାରେ ହେଉଥିବା ଉନ୍ନୟନ କାର୍ଯ୍ୟର ଅଗ୍ରଗତି ସମୀକ୍ଷା ଓ ଆଲୋଚନା ହୋଇଥିଲା।ଶିକ୍ଷା,ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ,କୃଷି, ଉଦ୍ୟାନ କୃଷି, ମତ୍ସ୍ୟ ଓ ପଶୁସମ୍ପଦ, ପାନୀୟ ଜଳ ଯୋଗାଣ, ଜଙ୍ଗଲ ଓ ପରିବେଶ,ବିଦ୍ୟୁତ୍, ସମନ୍ୱିତ ଶିଶୁ ବିକାଶ ଯୋଜନା,ଆଦିବାସୀ ଉନ୍ନୟନ, ଗ୍ରମ୍ୟ ଉନ୍ନୟନ, ସାମାଜିକ ସଶକ୍ତି କରଣ ଓ ଖାଦ୍ଯ ସୁରକ୍ଷା ଯୋଜନା ଆଦି ସମସ୍ତ ବିଭାଗ ମାଧ୍ୟମରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନହିତକାରୀ ଯୋଜନାର ସୁଫଳ ଉପରେ ସମୀକ୍ଷା ଓ ଆଲୋଚନା କରାଯାଇଥିଲା।ଏଥିରେ ଚଳିତ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବିଗତ ବର୍ଷ ଅନୁଦାନ ତୁଳନାରେ ଦୁଇ ଗୁଣ ଅଧିକ ରାଶି ବ୍ୟୟବରାଦ ସଂପର୍କରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ପରିଡ଼ା ସୂଚନା ପ୍ରଦାନ କରିଥିଲେ।
ଏହି ୬ଷ୍ଠ ତମ ସାଧାରଣ ସମୀକ୍ଷା ଓ ଆଲୋଚନା ବୈଠକରେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସନ୍ତୋଷ ଖଟୁଆ,ମାନ୍ୟବର ବାଲେଶ୍ବର ସାଂସଦ ଙ୍କ ପ୍ରତିନିଧି ଶ୍ରୀଯୁକ୍ତ କରୁଣାକର ପଣ୍ଡା, ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଶୁଭଲକ୍ଷ୍ମୀ ମାଝୀ, ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଜ୍ୟୋତିର୍ମୟ ପୋଥାଳ, ଜିଲ୍ଲା ପରିଷଦ ସଦସ୍ୟ/ସଦସ୍ୟା ଶ୍ରୀଯୁକ୍ତ ଗୋତିକୃଷ୍ଣ ନନ୍ଦ, ଶ୍ରୀମତୀ ରଞ୍ଜିତା ସିଂହ, ଶ୍ରୀମତୀ ସୁବର୍ଣ୍ଣ ମଞ୍ଜରୀ ସିଂ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ପରିଡ଼ା, ତ୍ରିସ୍ତରୀୟ ପଞ୍ଚାୟତ ରାଜ ବିଭାଗୀୟ ନିର୍ବାଚିତ ଲୋକ ପ୍ରତିନିଧି, ବିଭିନ୍ନ ବିଭାଗୀୟ ଅଧିକାରୀ ଏବଂ ଗଣ ମାଧ୍ୟମର ପ୍ରତିନିଧିଗଣ ଯୋଗ ଦେଇଥିଲେ।ଶେଷରେ ଏହି କାର୍ଯ୍ୟକ୍ରମର ସଫଳତା ନିମନ୍ତେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ସୁନନ୍ଦା ସାହୁ ସମସ୍ତଙ୍କୁ କୃତଜ୍ଞତା ସହ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post