ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ କହେଁୟା କୁମାରଙ୍କୁ ଭବ୍ୟ ସ୍ୱାଗତ

0

ଝାରସୁଗୁଡା:ଝାରସୁଗୁଡାସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ବୁଧବାର ଅପରାହ୍ନରେ ଏଆଇସିସିର ସ୍ଥାୟୀ ସଦସ୍ୟ ତଥା ବିଶିଷ୍ଟ ଛାତ୍ରନେତା କହେଁୟା କୁମାରଙ୍କୁ ଜିଲ୍ଲା କଂଗ୍ରେସ ପକ୍ଷରୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଯାଇଛି।

ଜିଲ୍ଲା କଂଗ୍ରେସ ସଭାପତି ଜୀବନ ସାର୍ଥକ ଦାସଙ୍କ ନେତୃତ୍ୱରେ ଦେବାନନ୍ଦ ବାରିକ, ସଞ୍ଜୟ ମହାପାତ୍ର, ଅମିତା ବିଶ୍ୱାଳଙ୍କ ,ରିଆଜ ହୁସେନ,ଶାହାରୁଖ ଖାଁ,ଇର୍ଫାନ ଖାନ ,ଜିସାନ ମଲ୍ଲିକ ତଥା ବହୁ କଂଗ୍ରେସ କର୍ମୀ ଓ ନେତୃବୃନ୍ଦ ବିମାନବନ୍ଦରରେ ପହଞ୍ଚି କହେଁୟା କୁମାରଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ କରିଥିଲେ।

ସୂଚନାଯୋଗ୍ୟ ଯେ, କହେଁୟା କୁମାର ରାଜ୍ୟ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସହ ସମ୍ବଲପୁରରେ ଆୟୋଜିତ ଏକ ସାଂଗଠନିକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଝାରସୁଗୁଡାରେ ପହଞ୍ଚିଥିଲେ। ବିମାନବନ୍ଦରରୁ ସେ ସଡ଼କ ପଥେ ସମ୍ବଲପୁର ଅଭିମୁଖେ ଯାତ୍ରା କରିଥିଲେ।

Leave A Reply

Your email address will not be published.