ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଶ୍ରୀ ସାଇ କଲଚୁରାଲ୍ ଏସୋସିଏସନ୍ ଟ୍ରଷ୍ଟ , ମଞ୍ଚେଶ୍ୱର ପକ୍ଷରୁ ଗତ କାଲି ( ସୋମବାର) ଉପେନ୍ଦ୍ର ଭଞ୍ଜ ରେଳୱେ ଇନଷ୍ଟିଚ୍ୟୁଟ୍ ପରିସରରେ ରାଜ୍ୟସ୍ତରୀୟ ‘ତାଳ ଓ ଟ୍ରେଣ୍ଡ୍ସ ନୃତ୍ୟ ସମନ୍ୱୟ ପ୍ରତିଯୋଗିତା–୨୦୨୬’ ସଫଳତାର ସହ ଆୟୋଜିତ ହୋଇଯାଇଛି।
ରାଜ୍ୟର ବିଭିନ୍ନ ଅଞ୍ଚଳରୁ ୨୦୦ରୁ ଉର୍ଦ୍ଧ ପ୍ରତିଯୋଗୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଜ ନିଜ ପ୍ରତିଭାର ପ୍ରଦର୍ଶନ କରିଥିଲେ। ସେମାନଙ୍କ ମଧ୍ୟରୁ ପାରଳାଖେମୁଣ୍ଡିର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ଶ୍ରୀଜଗନ୍ନାଥ ଓଡ଼ିଶୀ କଳାକେନ୍ଦ୍ରର ଛଅଜଣ ନୃତ୍ୟଶିଳ୍ପୀ ଯଥା :- ଶୁଭଶ୍ରୀ ପାଣିଗ୍ରାହୀ , ଦିବ୍ୟା ପୂଜାରୀ , ତନୁପ୍ରିୟା ପାଇକ , ସୋନାଲି ପ୍ରଧାନ , ଲିସା ରାଣୀ ପାଢ଼ୀ ଏବଂ ସ୍ମୃତିସ୍ନିଗ୍ଧା କର ବରିଷ୍ଠ ଦଳଗତ ନୃତ୍ୟ ବିଭାଗରେ ଅଂଶଗ୍ରହଣ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।
ଉକ୍ତ ପ୍ରତିଯୋଗିତାରେ ପ୍ରତିଯୋଗିତାରେ ମୁଖ୍ୟ ବିଚାରକ ଭାବେ ଗୁରୁ ଶ୍ରୀମତୀ ସୋନାଲି ରେ , ଗୁରୁ ଶ୍ରୀମତୀ ଶୁଭଦର୍ଶିନୀ ନାୟକ ଏବଂ ଗୁରୁ ଶ୍ରୀ ଦୁର୍ଯ୍ୟୋଧନ ମୁଦୁଲି ଯୋଗଦେଇ ପ୍ରତିଯୋଗୀମାନଙ୍କର ନୃତ୍ୟ ପରିବେଷଣର ମୂଲ୍ୟାଙ୍କନ କରିଥିଲେ।
ଏହି ସଫଳତା ପାଇଁ ସେମାନଙ୍କୁ ଟ୍ରଫି ସହିତ ପୁରସ୍କାର ରାଶି ମଧ୍ୟ ପ୍ରଦାନ କରିଥିଲେ। ସେମାନଙ୍କର ମନୋମୁଗ୍ଧକର ନୃତ୍ୟ ପରିବେଷଣକୁ ଉପସ୍ଥିତ ବିଚାରକ ମଣ୍ଡଳୀ , ଦର୍ଶକବୃନ୍ଦ ଏବଂ ଆୟୋଜକ କମିଟି ଭୂୟସୀ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଥିଲେ।
ଏହି ସଫଳତା ଶ୍ରୀଜଗନ୍ନାଥ ଓଡ଼ିଶୀ କଳାକେନ୍ଦ୍ର ପାଇଁ ଏକ ଗର୍ବ ଓ ଗୌରବର ବିଷୟ। ଅନୁଷ୍ଠାନର ଗୁରୁଜନ , କର୍ମକର୍ତ୍ତା ଏବଂ ଅଭିଭାବକବୃନ୍ଦ ପ୍ରଥମ ସ୍ଥାନ ଅଧିକାର କରିଥିବା ନୃତ୍ୟଶିଳ୍ପୀମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ସେହିପରି ଭବିଷ୍ୟତରେ ମଧ୍ୟ ଏହିପରି ସଫଳତା ହାସଲ କରି ଅନୁଷ୍ଠାନ ଓ ପାରଳାଖେମୁଣ୍ଡି ପାଇଁ ଗୌରବ ଆଣିବେ ବୋଲି ଆଶା ପ୍ରକାଶ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.