ଚିଟ୍ ଫଣ୍ଡ୍ କ୍ଷତି ଗ୍ରସ୍ତ ମିଳିତ ମଞ୍ଚ ବାସୁଦେବପୁରର ତହସିଲ୍ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ।

0

ବାସୁଦେବପୁର – କ୍ଷୁଦ୍ର ବୃହତ କ୍ଷତିଗ୍ରସ୍ତ ଜମାକାରୀ ଙ୍କୁ ତହସିଲ ଜରିଆ ରେ ଚିହ୍ନଟ, ଠକ୍ କମ୍ପାନୀ ର ଜମି ଗୁଡ଼ିକ ନିଲାମ କରି ଜମା ଟଙ୍କା ଫେରସ୍ତ , ଓ ବିଭିନ୍ନ ଦାବୀ ନେଇ ସୋମବାର ଦିନ ସକାଳେ ଚିଟ୍ ଫଣ୍ଡ୍ କ୍ଷତି ଗ୍ରସ୍ତ ମିଳିତ ମଞ୍ଚ ବାସୁଦେବପୁର ପକ୍ଷ ରୁ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଆବାହକ ଉମେଶ ଚନ୍ଦ୍ର ନାୟକ ଙ୍କ ନେତୃତ୍ବ ରେ ବହୁ କ୍ଷତି ଗ୍ରସ୍ତ ଜମାକାରୀ ମାନେ ଏକଜୁଟ ହୋଇ ତହସିଲ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ତତ ସହିତ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି। ଏହି ଅବସର ରେ ମିଳିତ ମଞ୍ଚ ପକ୍ଷ ରୁ ଉମେଶ ଚନ୍ଦ୍ର ନାୟକ, (ରାଜ୍ୟ ଆବାହକ)
ଅଶୋକ କୁମାର ବେହେରା ( ସଭାପତି) ବ୍ଲକ୍ କମିଟି, ଧୂର୍ଵ ଚରଣ ସ୍ୱାଇଁ (ସମ୍ପାଦକ),ଦେବେନ୍ଦ୍ର ବାରିକ, ଗୋପୀ ନାଥ ସାହୁ, ସୁବାଷ ଚନ୍ଦ୍ର ବାରିକ, ନାରଣ ସାହୁ, ବିଜୟ କୁମାର ସାହୁ,ଶୈଳେନ୍ଦ୍ର ନାୟକ, ସୁଧାକର ବନ୍ଧ, ଗୋଲକ ଦାସ,ସୁଦର୍ଶନ ମହାକୁଡ଼ ଅନ୍ୟାନ୍ୟ ସଦସ୍ୟ ଓ ସଦସ୍ୟା ଉପସ୍ଥିତ ଥିଲେ।

Leave A Reply

Your email address will not be published.