ବଲାଙ୍ଗିର (୦୭/୦୬) ଆନ୍ତଃ ଜିଲ୍ଲା ୧୪ ବର୍ଷ ବାଳକ ଓ ବାଳିକା ସିଏମ୍ ଟ୍ରଫି–୨୦୨୬ ଦ୍ୱିତୀୟ ସଂସ୍କରଣର ଫୁଟବଲ୍ ଚାମ୍ପିୟନସିପ୍ର ଜୋନ୍ ଫାଇନାଲ୍ ଖେଳ ଗାନ୍ଧୀ ଷ୍ଟାଡିୟମ୍, ବଲାଙ୍ଗିରରେ ଆୟୋଜିତ ହୋଇଥିଲା । ସକାଳେ ହୋଇଥିବା ବାଳିକା ଫାଇନାଲ୍ ମ୍ୟାଚ୍ ରେ ବରଗଡ଼ ୨–୧ ଗୋଲରେ ଦେବଗଡ଼କୁ ପରାଜିତ କରି ଜୋନ୍ ଚାମ୍ପିୟନ୍ ହୋଇଛି। ଏହାକୁ ଓଡ଼ିଶା ଫୁଟବଲ୍ ଏସୋସିଏସନ୍ ଓ ଜିଲ୍ଲା କ୍ରୀଡ଼ା ସଂସଦର କାର୍ଯ୍ୟକାରୀ ସଭାପତି ଡ଼. ଶ୍ରୀକର ମିଶ୍ର ଅଧ୍ୟକ୍ଷତା କରିଥିଲେ। ବଲାଙ୍ଗିର ପୌରଧ୍ୟକ୍ଷା ଲୀକା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ ଓ ଚାମ୍ପିୟନ୍ ଓ ଉପବିଜେତା ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ବରେଣ୍ୟ ଅତିଥି ଭାବେ ବଲାଙ୍ଗିରର ଅତିରିକ୍ତ ଜିଲ୍ଲାପାଳ ଡ଼. ବିଜୟାନନ୍ଦ ସେଠୀ ମଂଚାସୀନ ଥିଲେ।
ସେହିପରି ଅପରାହ୍ନ ହୋଇଥିବା ବାଳକ ବର୍ଗ ଜୋନ୍ ଫାଇନାଲ୍ରେ ବରଗଡ଼ ୬–୦ ଗୋଲରେ ନୟାଗଡ଼କୁ ପରାଜିତ କରି ଜୋନ୍ ଚାମ୍ପିୟନ୍ ହୋଇଛି। ଏହାକୁ ଓଡ଼ିଶା ଫୁଟବଲ୍ ଏସୋସିଏସନ୍ ଓ ଜିଲ୍ଲା କ୍ରୀଡ଼ା ସଂସଦ କାର୍ଯ୍ୟକାରୀ ସଭାପତି ଡ଼. ଶ୍ରୀକର ମିଶ୍ର ଅଧ୍ୟକ୍ଷତା କରିଥିଲେ। ଏଥିରେ ବଲାଙ୍ଗିର ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଡ଼. ବିଜୟାନନ୍ଦ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରି ଚାମ୍ପିୟନ୍ ଓ ଉପବିଜେତା ଦଳଙ୍କୁ ଟ୍ରଫି ପ୍ରଦାନ କରିଥିଲେ। ସମ୍ମାନୀତ ଅତିଥି ଭାବେ କ୍ରୀଡ଼ା ସଂସଦର ଉପସଭାପତି କୃଷ୍ଣଚନ୍ଦ୍ର ମିଶ୍ର, ଯୁଗ୍ମ ସଂପାଦକ ଶତୃଘ୍ନ ସିଂ, କୋଷାଧ୍ୟକ୍ଷ ହେମନ୍ତ କୁମାର ବେହେରା, ବଲାଙ୍ଗିର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରାଜେନ୍ଦ୍ର ମାଝୀ, ଜିଲ୍ଲା କ୍ରୀଡ଼ା ଅଧିକାରୀ ପରାସର ବାଗ, ବରିଷ୍ଠ ସଦସ୍ୟ ସୁଧୀର ଚନ୍ଦ୍ର ପଣ୍ଡା, ଫୁଟବଲ୍ ସଂପାଦକ ଶରତ କୁମାର ନନ୍ଦ, ଭଲିବଲ୍ ସଂପାଦକ ସଂଗ୍ରାମ କେଶରୀ ବହିଦାର, ବରିଷ୍ଠ ସଦସ୍ୟ ଡ଼. ସିଦ୍ଧେଶ୍ଵର ମିଶ୍ର ଓ ସଦସ୍ୟ କୈଳାସ ଚନ୍ଦ୍ର କର୍ତୀ ଯୋଗଦେଇଥିଲେ। ବାଳିକା ବର୍ଗ ଖେଳକୁ ସୀତା ମାରାଣ୍ଡି, ଶୁଭ୍ରଜିତ ସ୍ୱାଇଁ, ମାମା ସିଂ ଓ ପ୍ରିୟଙ୍କା ବିଶି ପରିଚାଳନା କରିଥିଲେ। ବାଳକ ବର୍ଗ ଖେଳକୁ ଜିତେନ୍ଦ୍ର ପାତ୍ର, ସୌରଭ ନାଏକ, ପପୁନ ବେହେରା ଓ ଗୌରହରି ପୁଟେଲ ପରିଚାଳନା କରିଥିଲେ। ଉଭୟ ଖେଳରେ ନବୀନ ନାଏକ ମ୍ୟାଚ୍ କମିଶନର ଥିଲେ।
Sign in
Sign in
Recover your password.
A password will be e-mailed to you.