ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: କମନୱେଲ୍ଥ ଦିବସ ପାଳନ ଅବସରରେ ଏବଂ କ୍ରୀଡ଼ା ମନୋଭାବ, ଏକତା, ସୁସ୍ଥତା ଓ ଫିଟନେସକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଗୁଣୁପୁର ଥାନା ପକ୍ଷରୁ “ସଣ୍ଡେଜ୍ ଅନ୍ ସାଇକେଲ” ଶୀର୍ଷକ ଏକ ସାଇକେଲ ରାଲି ରବିବାର ସକାଳ ୮.୩୦ ଘଟିକାରେ ଗୁଣୁପୁର ସହର ପରିକ୍ରମା କରି ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।ରାୟଗଡ଼ା ଜିଲ୍ଲା ପୁଲିସ ଅଧୀକ୍ଷକ ଶ୍ରୀ ରାଜ ପ୍ରସାଦ, ଆଇପିଏସ୍ଙ୍କ ନିର୍ଦ୍ଦେଶକ୍ରମେ, ଗୁଣୁପୁର ଉପଖଣ୍ଡ ପୁଲିସ ଅଧିକାରୀ (ଏସ୍ଡିପିଓ) ଶ୍ରୀ ବାବୁଲି ନାୟକଙ୍କ ତତ୍ତ୍ୱାବଧାନରେ ଏବଂ ଗୁଣୁପୁର ଥାନା ଅଧିକାରୀ (ଆଇଆଇସି) ଶ୍ରୀ କମଳକାନ୍ତ କଁହରଙ୍କ ପରିଚାଳନାରେ ଏହି ସାଇକେଲ ରାଲି ଅନୁଷ୍ଠିତ ହୋଇଥିଲା।ରାଲିଟି ଗୁଣୁପୁର ସହରର ବିଭିନ୍ନ ପ୍ରମୁଖ ରାସ୍ତା ଦେଇ ପରିକ୍ରମା କରିଥିଲା। ଏଥିରେ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କ ସହ ଗୁଣୁପୁରର ବହୁ ସଂଖ୍ୟକ ଯୁବପିଢ଼ୀ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଯୁବମାନଙ୍କ ଉତ୍ସାହପୂର୍ଣ୍ଣ ସହଭାଗିତା କାର୍ଯ୍ୟକ୍ରମକୁ ଅଧିକ ସଫଳ ଓ ଆକର୍ଷଣୀୟ କରିଥିଲା।ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସୁସ୍ଥ ଜୀବନଶୈଳୀ, ପରିବେଶ ସୁରକ୍ଷା, ଶାରୀରିକ ବ୍ୟାୟାମର ଗୁରୁତ୍ୱ, ସଡ଼କ ସୁରକ୍ଷା ସଚେତନତା ଏବଂ ସାମାଜିକ ଏକତାର ବାର୍ତ୍ତା ପ୍ରଦାନ କରାଯାଇଥିଲା। ସାଇକେଲ ବ୍ୟବହାରକୁ ପ୍ରୋତ୍ସାହନ ଦେବା ସହ ଯୁବପିଢ଼ୀଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ଶୃଙ୍ଖଳା ଓ ସୁସ୍ଥ ଜୀବନଧାରା ପ୍ରତି ଆଗ୍ରହ ସୃଷ୍ଟି କରିବା ଏହାର ପ୍ରମୁଖ ଲକ୍ଷ୍ୟ ଥିଲା।ଗୁଣୁପୁର ପୁଲିସ ପକ୍ଷରୁ ଆୟୋଜିତ ଏହି “ସଣ୍ଡେଜ୍ ଅନ୍ ସାଇକେଲ” ରାଲି ସହରବାସୀଙ୍କ ମଧ୍ୟରେ ସକାରାତ୍ମକ ବାର୍ତ୍ତା ପ୍ରଦାନ କରିଥିବା ବେଳେ ପୁଲିସ ଓ ସାଧାରଣ ଜନତାଙ୍କ ମଧ୍ୟରେ ସମ୍ପର୍କ ଓ ସମନ୍ୱୟକୁ ଅଧିକ ସୁଦୃଢ଼ କରିବାରେ ସହାୟକ ହୋଇଛି।କାର୍ଯ୍ୟକ୍ରମଟି ସୁଚାରୁ ଭାବେ ସମ୍ପନ୍ନ ହୋଇଥିବା ବେଳେ ସହରବାସୀ ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ଏବଂ ଗୁଣୁପୁର ପୁଲିସର ଏଭଳି ଜନସଚେତନତାମୂଳକ ଓ ସମାଜ ଉପଯୋଗୀ ପ୍ରୟାସକୁ ପ୍ରଶଂସା କରିଛନ୍ତି।
Sign in
Sign in
Recover your password.
A password will be e-mailed to you.