ବାଇକକୁ ଧକା ଦେଲା ଟ୍ରକ, ଦୁଇ ମୃତ.

0

ବାଲେଶ୍ବର: ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଉତ୍ତରେଶ୍ୱର ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ଆଜି ପୂର୍ବାହ୍ନରେ …….. ବାଲେଶ୍ୱରରୁ ଭଦ୍ରକ ଅଭିମୁଖେ ଯାଉଥିବା ବେଳେ ସୋର ଥାନ ୧୬ ନମ୍ବର ଜାତୀୟ ରାଜପଥ ଉତ୍ତରେଶ୍ୱର ନିକଟରେ ପଛରୁ ଆସିଥିବା ଏକ ଟ୍ରକ ତାଙ୍କୁ ଧକା ଦେଇଥିଲା। ଘଟଣା ସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ଥାନୀୟ ଲୋକେ ଟ୍ରକ ଚାଳକକୁ କାବୁ କରି ସୋର ପୁଲିସକୁ ହସ୍ତାନ୍ତର କରିଥିଲେ। ପୁଲିସ ଘଟଣା ସ୍ଥଳରୁ ଗାଡି ଦୁଇଟିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଶବ ଜବତ କରି ସୋର ଡାକ୍ତରଖାନାରେ ବ୍ୟବଛେଦ ପାଇଁ ରଖିଥିବା ଜଣାପଡିଛି।

Leave A Reply

Your email address will not be published.