ବସ୍ତା ପୋଲିସ ପକ୍ଷରୁ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ।

0

ବସ୍ତା ୭/୬:ସାରା ରାଜ୍ୟରେ ବିଶ୍ବ ସାଇକେଲ ଦିବସ ପାଳିତ ହେଉଥିବା ବେଳେ ବିଶ୍ବ ସାଇକେଲ ଦିବସ ବସ୍ତା ପୋଲିସ ପକ୍ଷରୁ ଏସଡିପିଓ ସମର୍ଥ ବେହେରାଙ୍କ ନେତୃତ୍ବରେ ସାଇକେଲ ରାଲିର ଆୟୋଜନ କରାଯାଇଥିଲା।ସ୍ୱାସ୍ଥ୍ୟ ସଚେତ ନତା,ପରିବେଶ ସୁରକ୍ଷା ଏବଂ ଇନ୍ଧନ ସଞ୍ଚୟର ବାର୍ତ୍ତା ପ୍ରଚାର ଉଦ୍ଦେଶ୍ୟରେ ଫ୍ଲାଗ ରାଲି ଆୟୋଜିତ ହୋଇଥିଲା। ଏସଡିପିଓଙ୍କ କାର୍ଯ୍ୟାଳୟରୁ ଆରମ୍ଭ ହୋଇଥିବା ଏହି ରାଲି ବାହାର୍ଦା ଓ ଗାନ୍ଧି ଛକ ବଜାର ଦେଇ ଥାନା କ୍ୟାମ୍ପସରେ ପହଁଞ୍ଚି ଥିଲେ। ଏସଡିପିଓ ଶ୍ରୀ ବେହେରାଙ୍କ ସହିତ ଆଇଆଇସି ରଣଞ୍ଜିତ କୁମାର ସାହୁ ,ଏସ ଆଇ ବିଜୟ ବାରିକ,ଏସ ଆଇ ସନ୍ଦୀପ କୁଜୁର,ଏ ଏସ ଆଇ ଜଗନ୍ନାଥ ମାରାଣ୍ଡି,କଳ୍ପତରୁ ସାହୁ,ଲଷ୍ମୀକାନ୍ତ ବିନ୍ଧାଣୀଙ୍କ ସହ ସମସ୍ତ କର୍ମଚାରୀ ଓ ବହୁ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ | ଏସଡିପିଓ ଶ୍ରୀ ବେହେରା କାର୍ଯ୍ୟକ୍ରମ ମାଧ୍ୟମରେ ପରିବେଶ ସଚେତନତା,ସୁସ୍ଥ ଜୀବନଶୈଳୀ ଓ ପ୍ରାକୃତିକ ସମ୍ପଦର ଦାୟିତ୍ବ ଶୀଳ ବ୍ୟବହାର ପ୍ରତି ନିଜର ଦାୟିତ୍ଵ ଓ ପ୍ରତିବଦ୍ଧତା ସହିତ ସାଇକେଲ ଚଳାଇବା ଦୈନନ୍ଦିନ ଅଭ୍ୟାସରେ ପରିଣତ କରିବା ପାଇଁ ଆହ୍ବାନ ଦେଇଥିଲେ।

Leave A Reply

Your email address will not be published.