ରାୟଗଡ: ଜେକେ କାଗଜ କଳ ତରଫରୁ କାଗଜ କଳ ପରିସରରେ ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଶ୍ରୀ ବିଶ୍ଵଜିତ ଦ୍ଵିବେଦୀ, ଉପସଭାପତି (ବାଣିଜ୍ଯ ) , ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ। ବୃକ୍ଷ ରୋପଣ କରି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ତତ୍ ସଙ୍ଗେ କାଗଜ କଳର କର୍ମଚାରୀ ମାନେ ମଧ୍ୟ ପ୍ରାୟ ୧୫୦୦ ବୃକ୍ଷଚାରା ରୋପଣ କରି ଥିଲେ। ବକ୍ତବ୍ୟ ମାଧ୍ୟମରେରେ “”ଜଳବାୟୁ କାର୍ଯ୍ୟାନୁଷ୍ଠାନ – ସୁସ୍ଥିର ଭବିଷ୍ୟତ ପାଇଁ ପ୍ରତ୍ୟେକ ପଦକ୍ଷେପ ନେବା ଉପରେ ଶ୍ରୀ ଦ୍ବିବେଦୀ ଗୁରୁତ୍ୱାରୋପ କରିଥିଲେ ଏବଂ ଜଳବାୟୁ ପରିବର୍ତ୍ତନ ଆଜି ବିଶ୍ୱର ଏକ ଗୁରୁତର ସମସ୍ୟା ହୋଇପଡ଼ିଛି। ବୃକ୍ଷରୋପଣ, ଶକ୍ତି ସଞ୍ଚୟ, ପ୍ଲାଷ୍ଟିକର ବ୍ୟବହାର କମାଇବା ଏବଂ ପ୍ରାକୃତିକ ସମ୍ପଦର ସୁରକ୍ଷା ମାଧ୍ୟମରେ ଆମେ ଏହାର ମୁକାବିଲା କରିପାରିବା। ଛୋଟ ଛୋଟ ସକାରାତ୍ମକ ପଦକ୍ଷେପ ମିଶି ଏକ ସବୁଜ, ସ୍ୱଚ୍ଛ ଓ ସୁସ୍ଥିର ଭବିଷ୍ୟତ ଗଢ଼ିପାରିବ। ପୃଥିବୀକୁ ସୁରକ୍ଷିତ ରଖିବା ପାଇଁ ଆମ ସମସ୍ତଙ୍କ ସକ୍ରିୟ ଅବଦାନ ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ଅଶୋକ ଭୋଇ, ରାଜ୍ଯ ପ୍ରଦୂଷଣ ବୋର୍ଡ, ରାୟଗଡ଼ା ଶାଖାର ଆଞ୍ଚଳିକ ଅଧିକାରୀ ଓ ଶ୍ରୀ ପ୍ରଭୁଦେବ ବେହେରା, ସହକାରୀ ଯନ୍ତ୍ରୀ, ରାଜ୍ଯ ପ୍ରଦୂଷଣ ବୋର୍ଡ, ରାୟଗଡ଼ା ଶାଖା ଓ କାଗଜ କଳର ଏମ୍ ଆର୍ କେ ରାୟ, ବରିଷ୍ଠ ମହା ପ୍ରବନ୍ଧକ (ମେକାନିକାଳ) ଓ ବରିଷ୍ଠ ଅଧିକାରୀ ମାନେ ଯୋଗଦାନ କରିଥିଲେ। ଶ୍ରୀ ସତ୍ୟଜିତ ମହାନ୍ତି, ମହାପ୍ରବନ୍ଧକ (ପରିବେଶ , ସୁରକ୍ଷା ଓ ସ୍ୱାସ୍ଥ୍ୟ ) ସ୍ୱାଗତ ଭାଷଣ ଦେବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପରିବେଶ ନିୟନ୍ତ୍ରଣ ଓ ସୁରକ୍ଷା ବିଭାଗର ଅଧିକାରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।