ବାସୁଦେବପୁର – ଭଦ୍ରକ ଜିଲ୍ଲା ବାସୁଦେବପୁର ପୌର ପରିଷଦ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳନ ହୋଇ ଯାଇଛି। ଏହି ଅବସର ରେ ପୌର ପରିଷଦ ପକ୍ଷରୁ ସ୍ଥାନୀୟ ସାଆନ୍ତାଣୀ ପୋଖରୀ ଓ ପାଞ୍ଚ ନମ୍ୱର ୱାର୍ଡ ରେ ଵୃକ୍ଷ ରୋପଣ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଯାଇଛି। ପୌର ଅଧ୍ୟକ୍ଷା ନିବେଦିତା ବେହେରା, କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁଧାଂଶୁ ମୋହନ ସ୍ୱାଇଁ,ଉପାଧ୍ୟକ୍ଷ ଉତ୍ତମ ବାରିକ୍, ସମସ୍ତ କାଉନସିଲର, ଓ ପୌର ପରିଷଦ ର କର୍ମଚାରୀ ମାନେ ଉପସ୍ଥିତ ରହି ଵୃକ୍ଷ ରୋପଣ କାର୍ଯ୍ୟ କ୍ରମ ରେ ଅଂଶ ଗ୍ରହଣ କରିଥିଲେ। ଏହି ଅବସର ରେ ପୌର ଅଧ୍ୟକ୍ଷା ନିବେଦିତା ବେହେରା ସମସ୍ତ ଙ୍କୁ ବୃକ୍ଷ ରୋପଣ ସହ ଯତ୍ନ ନେବାକୁ ଆହ୍ୱାନ କରିଥିଲେ। ଏବେକା ସମୟରେ ଵୃକ୍ଷ ର ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଉପରେ ପୌର ଅଧ୍ୟକ୍ଷା ସମସ୍ତ ଙ୍କୁ ବାର୍ତ୍ତା ଦେଇଛନ୍ତି। ପୌର ପରିଷଦ ପକ୍ଷରୁ ଦୁଇ ହଜାର ବୃକ୍ଷ ରୋପଣ କରାଯିବ ଓ ଏଠି ନିମନ୍ତେ ବିଭିନ୍ନ ସାମାଜିକ ସଂଗଠନ ଓ କ୍ଲବ୍ କୁ ବୃକ୍ଷ ଦିଆ ଯାଉଛି, ସମସ୍ତେ ଆଗେଇ ଆସନ୍ତୁ ଵୃକ୍ଷ ରୋପଣ କରନ୍ତୁ ଓ ବୃକ୍ଷ ହିଁ ଜିବନ ବୋଲି କହିଛନ୍ତି ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁଧାଂଶୁ ମୋହନ ସ୍ୱାଇଁ।
Sign in
Sign in
Recover your password.
A password will be e-mailed to you.