ପିଲାଙ୍କୁ ପଢ଼ାଯିବ ଅଭିନନ୍ଦନଙ୍କ କାହାଣୀ 

0

 ଓ୍ଵିଙ୍ଗ  କମାଣ୍ଡର ଅଭିନନ୍ଦନଙ୍କ କାହାଣୀ ପାଠ୍ୟକ୍ରମରେ ସାମିଲ କରିବାକୁ ରକାଷ୍ଠ ସରକାରଙ୍କ ନିଷ୍ପତ୍ତି 

ଜୟପୁର : ନିଜର ଅଦମ୍ୟ ବୀରତ୍ୱ ଆଉ ଅପ୍ରତିମ ଦେଶପ୍ରେମର ପରିଚୟ ଦେଇଥିବା ହିରୋ  ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ସମ୍ପର୍କିତ କାହାଣୀ ସ୍ଥାନିତ ହେବ ପାଠ୍ୟକ୍ରମରେ | ଏ ବିଷୟ ଘୋଷଣା କରିଛନ୍ତି ରାଜସ୍ଥାନ ସରକାର | ଅଭିନନ୍ଦଙ୍କ ଅମିତ ପରାକ୍ରମ ତଥା ଦେଶ ଭକ୍ତି ଭରା କାହାଣୀକୁ ପାଠ୍ୟପୁସ୍ତକରେ ସାମିଲ କରିବାକୁ ଯାଉଛନ୍ତି ବୋଲି ରାଜସ୍ଥାନ ସରକାରରେ ଶିକ୍ଷାମନ୍ତ୍ରୀ  ଗୋବିନ୍ଦ ସିଂହ ଡୋଟାସରା କହିଛନ୍ତି | ରାଜସ୍ଥାନର ଶିକ୍ଷାମନ୍ତ୍ରୀ ଶ୍ରୀ ଡୋଟାସରା କହିଛନ୍ତି ଯେ, ଆମର ସେନା ନିଜର ଜୀବନ ପ୍ରାଣବଳୀ ଦେଇ ଆମକୁ ସୁରକ୍ଷିତ ରଖୂଛନ୍ତି। ଆମ ଯବାନଙ୍କ ଅଦ୍ୟମ ସାହାସ ଆଗାମୀ ପିଢି ପାଇଁ ପ୍ରେରଣାର ସ୍ରୋତ ହେଉ, ଏହାକୁ ଦୃଷ୍ଟିରେ ରଖି ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ସହିତ ଜଡ଼ିତ ଘଟଣାକୁ ପାଠ୍ୟକ୍ରମରେ ସାମିଲ କରାଯିବ। ସେହିପରି ପୁଲବାମା ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ବିଷୟରେ ବି କାହାଣୀ ପାଠ୍ୟକ୍ରମରେ ସାମିଲ କରିବା ପାଇଁ ବି ଶ୍ରୀ  ଡୋଟାସରା କହିଛନ୍ତି | ଅଭିନନ୍ଦନଙ୍କ ସାହାସିକତା କୁ ସମମମନ ଜଣାଇ ଆମେ ତାଙ୍କ କାହାଣୀକୁ ସ୍କୁଲ ପାଠ୍ୟ କ୍ରମରେ ସାମିଲ କରିବାକୁ ନିଷ୍ପତ୍ତି ନେଇଛୁ ବୋଲି ଟୁଇଟରରେ  ଶ୍ରୀ  ଡୋଟାସରା କହିଛନ୍ତି | 

 

Leave A Reply

Your email address will not be published.