ଶ୍ରୀପୁରା ପଞ୍ଚାୟତରେ ଏପସିଲନ୍ କାର୍ବନ୍‌ର ବିଭିନ୍ନ ସିଏସଆର୍ କାର୍ଯ୍ୟକ୍ରମ ଶୁଭାରମ୍ଭ

0 1

ପାନୀୟ ଜଳ ପ୍ରକଳ୍ପ, ସ୍ୱାସ୍ଥ୍ୟ ସେବା ଗାଡ଼ି ଏବଂ ଉଦ୍ୟୋଗୀ ଦୋକାନ ଉଦ୍ଘାଟିତ

ଝାରସୁଗୁଡ଼ା: ଏପସିଲନ୍ କାର୍ବନ୍ ଅଶୋକା ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଶ୍ରୀପୁରା ପଞ୍ଚାୟତରେ ବିଭିନ୍ନ କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମର ଆନୁଷ୍ଠାନିକ ଶୁଭାରମ୍ଭ ହୋଇଯାଇଛି। ସ୍ଥାନୀୟ ଅଞ୍ଚଳରେ ସ୍ୱଚ୍ଛ ପାନୀୟ ଜଳ ଯୋଗାଇଦେବା, ସ୍ୱାସ୍ଥ୍ୟ ସେବାକୁ ସହଜଲଭ୍ୟ କରିବା ଏବଂ ସ୍ଥାୟୀ ଜୀବିକା ବିକାଶକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଏହି ସେବାଗୁଡ଼ିକର ଶୁଭାରମ୍ଭ କରାଯାଇଛି।

ଏହି ଅବସରରେ ଶ୍ରୀପୁରା ଠାରେ ଏକ ଅତ୍ୟାଧୁନିକ ପାନୀୟ ଜଳ ପ୍ରକଳ୍ପ ଏବଂ ଗ୍ରାମାଞ୍ଚଳର ଲୋକମାନଙ୍କ ମାଗଣା ଚିକିତ୍ସା ପାଇଁ ଏକ ଦନ୍ତ ଓ ସ୍ୱାସ୍ଥ୍ୟ ସେବା ମୋବାଇଲ୍ ଭ୍ୟାନ୍ ର ଲୋକାର୍ପଣ କରାଯାଇଛି। ଏହାସହିତ ସ୍ଥାନୀୟ ଲୋକଙ୍କୁ ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ ଖେରୁଆଳ ଗ୍ରାମରେ ଉଦ୍ୟୋଗୀ ଦୋକାନ ର ମଧ୍ୟ ଉଦ୍‌ଘାଟନ କରାଯାଇଛି।

କମ୍ପାନୀ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ଶ୍ରୀପୁରା ଏବଂ ଖେରୁଆଳ ଗ୍ରାମବାସୀଙ୍କ ଜୀବନଧାରଣର ମାନ ଅଧିକ ଉନ୍ନତ କରିବା ପାଇଁ ଏହି ପ୍ରୟାସ ଜାରି ରହିବ। ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପକ୍ଷରୁ ସାମାଜିକ ଓ ଜୀବିକା ବିଭାଗର ପ୍ରତିନିଧି ତଥା ଝାରସୁଗୁଡ଼ା ଡିଏମଏଫ୍‌ର ଟିମ୍ ଲିଡର୍ ତୁଷାର କାନ୍ତ ମହାନ୍ତି ଯୋଗ ଦେଇଥିଲେ।

Leave A Reply

Your email address will not be published.