ସମିତିରେ ତାଲା ଦେଇ ଧାରଣାରେ ବସିଲେ ଚାଷୀ

0 1

ସମଵାୟ ସମିତିରେ ଅନଲାଇନ ପଞ୍ଜିକରଣରେ ଅବ୍ୟବସ୍ଥା

ଖଇରା ‌,ବାଲେଶ୍ବର: ବାଲେଶ୍ବର ଜିଲା ଖଇରା ବ୍ଲକ ଅଧିନ ଓସଙ୍ଗ ସେବା ସମବାୟ ସମିତିରେ ରବି ଧାନ ବିକ୍ରି ପାଇଁ ଅନଲାଇନ ପଞ୍ଜିକରଣ ମାର୍ଚ୍ଚ ୨୫ ତାରିଖରୁ ଶେଷ ହୋଇ ଯାଇଥିବା ବେଳେ ଏଥିରୁ ବଞ୍ଚିତ ହୋଇଥିବା ୭୦ ରୁ ଉର୍ଦ୍ଧ ଚାଷୀ ବୁଧବାର ଠାରୁ ସମିତି କାର୍ଯ୍ୟାଳୟ ସମ୍ମୁଖରେ ତାଲା ଦେଇ ଧାରଣା ଦେଇଛନ୍ତି । ସେମାନଙ୍କର ଧାନ ବିକ୍ରୀ ପାଇଁ ଅନଲାଇନ କରାନଯିବା ପର୍ଯ୍ୟନ୍ତ ଏହି ଧାରଣା ଚାଲୁ ରହିବ ବୋଲି ଧାରଣାରେ ବସିଥିବା ଚାଷୀ ମହେନ୍ଦ୍ର ପଣ୍ଡା,ଉଦୟ କୁମାର ଦାସ,ସନାତନ ପରିଡା,ପ୍ରକାଶ କୁମାର ପଣ୍ଡା,ଗୋପବନ୍ଧୁ ଦାଶ,ପୁର୍ଣ୍ଣଚନ୍ଦ୍ର ମହାପାତ୍ର ,ପ୍ରଶାନ୍ତ କୁମାର ନାୟକ ପ୍ରମୁଖ ଚେତାବନୀ ଦେଇଛନ୍ତି । ଚାଷୀ ମାନଙ୍କର ଅଭିଯୋଗ ଅନୁଯାୟୀ ରବିଧାନ ବିକ୍ରି ପାଇଁ ମାର୍ଚ୍ଚ ୧୦ତାରିଖରୁ ମାର୍ଚ୍ଚ ୨୫ ତାରିଖ ପର୍ଯ୍ୟନ୍ତ ସମୟସୀମା ଧାର୍ଯ୍ୟ କରାଯାଇଥିଲା ।ଏଥିପାଇଁ ୧୦୮ ଜଣ ଚାଷୀ ଅନଲାଇନରେ ପଞ୍ଜିକରଣ ପାଇଁ ଆବେଦନ କରିଥିଲେ । ହେଲେ ସମ୍ପାଦକ ଓ ଡାଟା ଏଣ୍ଟ୍ରି କର୍ମଚାରୀ ମାତ୍ର ୩୭ଜଣଙ୍କର ଅନଲାଇନ କରି ବିଭିନ୍ନ ଆଳରେ ଅନ୍ୟମାନଙ୍କ ଫାଇଲ ଚାପି ଦେଇଥିଲେ । ଏଭଳି କି ଏ ସମ୍ପର୍କରେ ଚାଷୀ ମାନଙ୍କୁ ବହୁ ବିଳମ୍ବରେ ସୂଚନା ଦିଆଯାଇଥିଲା । ଯେଉଁଚାଷୀ ମାନେ ସମ୍ପାଦକ ଓ ଡିଇଓ ଙ୍କୁ ଭୋଜି ଖାଇବାକୁ ଅର୍ଥ ଦେଇ ପାରିଲେ ରାତିଅଧିଆ ସେମାନଙ୍କର ପଞ୍ଜିକରଣ କରାଯାଇଥିଲା । ଏହି ବିଶୃଙ୍ଖଳା ପାଇଁ ଚାଷୀ ମାନେ ସମ୍ପାଦକ ଓ ଡିଇଓଙ୍କ ନିଲମ୍ବନ ଦାବି କରିଛନ୍ତି । ଏଭଳି ଅଭିଯୋଗ ସମ୍ପର୍କରେ ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ସାହୁଙ୍କ ପ୍ରତିକ୍ରିୟା ନିଆଯିବାରେ ଅନଲାଇନ ପାଇଁ ଯେଉଁ କାଗଜ ଆବଶ୍ୟକ ଯେଉଁ ଚାଷୀ ସେ କାଗଜ ଦେଇ ପାରି ନାହାଁନ୍ତି ସେମାନଙ୍କର ଅନଲାଇନ ହୋଇ ପାରିନାହିଁ ବୋଲି କହିଛନ୍ତି ।

Leave A Reply

Your email address will not be published.