ବୁଥ ସ୍ତରରେ ସରକାରୀ ବିଫଳତା ପହଞ୍ଚାଇବାକୁ ନିର୍ଦ୍ଦେଶ ଦେଲେ ପ୍ରଦେଶ ସହ-ପ୍ରଭାରୀ ମୟୁର ଏସ୍. ଜୟକୁମାର
ପୁରୀ, ୨୮/୦୫ (ଅନିମେଶ ପଟ୍ଟନାୟକ): ଗୁରୁବାର ଅପରାହ୍ନ ଘ୨.୩୦ମି ସମୟରେ ପୁରୀ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ସାଙ୍ଗଠନିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅଖିଳ ଭାରତୀୟ କଂଗ୍ରେସ କମିଟି ସଂପାଦକ ତଥା ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସହ-ପ୍ରଭାରୀ ଶ୍ରୀ ମୟୁର ଏସ୍. ଜୟକୁମାର ଯୋଗଦେଇ ପୁରୀ ଜିଲ୍ଲା କଂଗ୍ରେସର ବିଭିନ୍ନ ବିଭାଗ ଓ ପ୍ରକୋଷ୍ଠର ସାଙ୍ଗଠନିକ କାର୍ଯ୍ୟର ସମୀକ୍ଷା କରିଥିଲେ।
ସେ ଆଗାମୀ ଦିନରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତାକୁ ବୁଥ ସ୍ତରରେ ଜନସାଧାରଣଙ୍କ ନିକଟକୁ ପହଞ୍ଚାଇବା ପାଇଁ କାର୍ଯ୍ୟପନ୍ଥା ପ୍ରସ୍ତୁତ କରିବାକୁ ଦଳୀୟ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ। ସାଧାରଣ ଲୋକଙ୍କ ସମସ୍ୟା ଓ ସରକାରୀ ଅବ୍ୟବସ୍ଥାକୁ ନେଇ କଂଗ୍ରେସକୁ ଆନ୍ଦୋଳନମୁଖୀ ହେବାକୁ ପଡିବ ବୋଲି ସେ କହିଥିଲେ।
ପୂର୍ବତନ ପିସିସି ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ ବୈଠକରେ ଉପସ୍ଥିତ ଥିବାବେଳେ ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଇଂ. ରାଜେଶ କୁମାର ମିଶ୍ରଙ୍କ ସଭାପତିତ୍ୱରେ ବୈଠକ ଅନୁଷ୍ଠିତ ହୋଇଥିଲା।
ବୈଠକରେ ସସ୍ମିତା ବେହେରା, ବିଶ୍ୱଭୂଷଣ ଦାସ, ଶିଳ୍ପୀଶ୍ରୀ ହରିଚନ୍ଦନ, ନିରୁପମା ପାତ୍ର, ବିଦ୍ୟୁତଲତା ଆଚାର୍ଯ୍ୟ, ସରସ୍ୱତୀ ପାତ୍ର, ଅମିୟ ପଟ୍ଟନାୟକ, ଜୟନାରାୟଣ ପଟ୍ଟନାୟକ, ସୁଜିତ ମହାପାତ୍ର, ପ୍ରେମାନନ୍ଦ ମହାନ୍ତି, ବିଶ୍ୱକେସନ ହରିଚନ୍ଦନ ମହାପାତ୍ର, ଉମାକାନ୍ତ ବରାଳ, ଲଲାଟେନ୍ଦୁ ଦାସ, ସସ୍ମିତା ସ୍ୱାଇଁ, ସୁବାସ ମହାପାତ୍ର, ଅମରେନ୍ଦ୍ର ପାଇକରାୟ, ସ୍ୱାଧୀନ କୁମାର ପଣ୍ଡା, ବିଶ୍ୱରଞ୍ଜନ ମହାପାତ୍ର, କପିଳ ପ୍ରସାଦ ଷଡଙ୍ଗୀ, କାଳନ୍ଦୀ ବାରିକ, ବିଚିତ୍ରାନନ୍ଦ ଦାଶ, ସୌମ୍ୟକାନ୍ତ ଖୁଣ୍ଟିଆ, ଅବିନାଶ ମିଶ୍ର, ଆଶୁତୋଷ ମିଶ୍ର, ନିର୍ମଳ ପରିଡ଼ା, ଆର୍ତ୍ତତ୍ରାଣ ସାହୁ, ଅମିୟ ଦାସ ସମେତ ଶତାଧିକ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ।