ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ବଡମାଳ ଥାନା ପୁଲିସ ଏକ କଫ୍ ସିରପ ଚୋରାଚାଲାଣ ମାମଲାରେ ବଡ଼ ସଫଳତା ହାସଲ କରିଛି। ପୁଲିସ ଏକ ବିଶ୍ଵସ୍ଥ ସୂତ୍ରରୁ ଖବରପାଇ ତରେଇକେଲା ଗ୍ରାମରେ ଚଢ଼ାଉ କରି ୧୦୦ ମିଲି ଲିଟରର ୮୯ ବୋତଲ ୱିନସିରେକ୍ସ କଫ୍ ସିରାପ, କିଛି ମୋବାଇଲ ଫୋନ, ଏକ ମୋଟରସାଇକେଲ (ନମ୍ବର ଓଡ଼ି ୨୩ କିଉ ୧୮୩୮) ଏବଂ ୨,୩୫୦ ଟଙ୍କା ନଗଦ ଜବତ କରିଛି।
ଏହି ଘଟଣାରେ ତରେଇକେଲା ଗ୍ରାମର ଆଶିଷ ରାୟ, ସରପଞ୍ଚ ରାୟ, ତୁଷାର ଜଗତ ଏବଂ ଥେଲକୋଲି ଗ୍ରାମର ହେମନ୍ତ ମକରଙ୍କୁ ଗିରଫ କରାଯାଇଛି। ପରେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।
ଏନେଇ ବଡ ମାଳ ଥାନାରେ କେସ୍ ନମ୍ବର ୧୯୮, ୨୮.୦୫.୨୦୨୬ ଅନୁଯାୟୀ ଏନଡିପିଏସ୍ ଆକ୍ଟର ଧାରା ୨୧(ସି) ଅନୁସାରେ ମାମଲା ରୁଜୁ ହୋଇଛି।