ଗଜପତିର ସୁଦଶ କୁମାର ମଣ୍ଡଳ ଓଏଏସ୍ ପାଇଲେ

0 1

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ମୁରୁସିଂ ଗ୍ରାମର ସ୍ୱର୍ଗତ ଅନିସୀମ ମଣ୍ଡଳ ଓ ସାବେନୀ ମଣ୍ଡଳଙ୍କ ପୁତ୍ର ସୁଦଶ କୁମାର ମଣ୍ଡଳ ଓଡିଶା ସିଭିଲ୍ ସର୍ଭିସ ପରୀକ୍ଷାରେ ୧୮୧ ରାଙ୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ସେ ଦଶମ ଶ୍ରେଣୀ ଆନ୍ଧ୍ରପ୍ରଦେଶର ପୁରୁଣା ପାଟଣା ସେଣ୍ଟ ଆନ୍ସ ସ୍କୁଲରୁ ପାସ୍ କରି ବିଶାଖାପାଟଣା ନାରାୟଣା ଅନୁଷ୍ଠାନରୁ +୨ ବିଜ୍ଞାନ ବିଜ୍ଞାନରେ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇ ବ୍ରହ୍ମପୁର ଖଲିକୋଟ କଲେଜରେ ପଦାର୍ଥ ବିଜ୍ଞାନ (ଉଚ୍ଚମାନ) ରେ ଡିଗ୍ରୀ ହାସଲ କଲାପରେ ସ୍ନାତକୋତ୍ତର ଶ୍ରେଣୀରେ ପଢୁଥିଲେ। କିନ୍ତୁ ଆର୍ଥିକ ଅନାଟନ ଦୃଷ୍ଟିରୁ ରେଭିନ୍ୟୁ ଇନିସପେକ୍ଟର ଚାକିରିରେ ୨୦୨୧ରେ ନିଯୁକ୍ତି ପାଇ ଅଧାରୁ ସ୍ନାତକୋତ୍ତର ଶିକ୍ଷା ଛାଡିଥିଲେ।
ତଥାପି ଓଏଏସ୍ ପାଇଁ ସେ ସଂକଳ୍ପ ରଖି ନିଜର ତୃତୀୟ ଚେଷ୍ଟାରେ କୃତକାର୍ଯ୍ୟ ହୋଇପାରିଲେ। ସେ ସଂଘର୍ଷ ଭିତରେ ନିଜର ସ୍ୱପ୍ନ ସାକାର କରିଛନ୍ତି। ସେ ବାପାଙ୍କୁ ବହୁ ଆଗରୁ ହରାଇଥିଲେ ତେଣୁ ପରିବାରର ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ ଥିଲା। ବାପା ଶିକ୍ଷକତା କରୁଥିବା ସମୟରେ ଇହଧାମ ତ୍ୟାଗ କରିଥିଲେ। ତେଣୁ ସେ ପରିବାରର ଦାୟିତ୍ୱ ସହ ନିଜର ଭବିଷ୍ଯତ ପ୍ରତି ଦୃଷ୍ଟି ରଖିଥିଲେ। ସେ କହନ୍ତି, “ଝଡଝଂଜାକୁ ସାମନା କରି ଯେଉଁମାନେ ନିଜ ସ୍ୱପ୍ନ ସଫଳ କରନ୍ତି ସେମାନେ ବାସ୍ତବ ଜୀବନ ଅନୁଭବ କରିଥାନ୍ତି”। ତାଙ୍କର ଗଜପତି ଜିଲ୍ଲା ଆଦିବାସୀ ତଥା ଅନୁନ୍ନତ ବର୍ଗ ପାଇଁ ଶ୍ରେଷ୍ଠ ପ୍ରେରଣା କହିଲେ ଅତ୍ୟୁକ୍ତି ହେବନାହିଁ।

Leave A Reply

Your email address will not be published.